କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା ! ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ  କେଜ୍ରିିୱାଲ, କହିଲେ ବିକାଶ ଦେଖିବ ଦିଲ୍ଲୀ ଆସ ।

203

କନକ ବ୍ୟୁରୋ : ଓଡି଼ଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଆହ୍ୱାନ । ଦିଲ୍ଲୀ ଆସ, ବିକାଶ ଦେଖ । ମୋଦି, ରାହୁଲ ଓ ଶାହାଙ୍କ ପରେ ଓଡିଶାରେ କେଜରିୱାଲ ସୋ । ୧୯ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି ବିଶାଳ ଜନସଭା । ଦିଲ୍ଲୀ ସରକାରଙ୍କ ସଫଳତା ବଖାଣିଛନ୍ତି ଏବଂ ବିଜେପି-କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।

କେଜରିୱାଲ କହିଛନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ପଡିଛି ଓଡିଶା । ଦେଶ ଗରିବ ଆଉ ସବୁଠୁ ଅଧିକ ଗରିବ ହୋଇ ରହିଯାଇଛି ଓଡିଶା । ଓଡି଼ଶାରେ ବି ଆସିବ ପରିବର୍ତ୍ତନ । ନିଷ୍ପତ୍ତି ନେବେ ଓଡିଶାବାସୀ । କେଜ୍ରିିୱାଲ କହିଛନ୍ତି, ଆପ୍ ସରକାର ଆସିବା ପରେ ବଦଳିଯାଇଛି ଦିଲ୍ଲୀ । ହେଲେ ୧୯ ବର୍ଷ ହେଲା ପଛରେ ରହିଛି ଓଡିଶା । ରାଜ୍ୟବାସୀ ଚାହିଁଲେ, ଦିଲ୍ଲୀ ଭଳି ଓଡିଶାରେ ବି ପରିବର୍ତନ ଆସିବ । ଆଉ ନୂଆ ସରକାର ଗଢିବା ନିଷ୍ପତି ନେବେ ଓଡିଶା ବାସୀ ।

କେଜ୍ରିିୱାଲଙ୍କ ସହ ଦଳର ରାଜ୍ୟସଭା ସାଂସଦ ସଂଜୟ ସିଂହ ବି ଦିଲ୍ଲୀ ସରକାରଙ୍କ ଗୁଣ ଗାଇଥିଲେ ଆଉ ଟାର୍ଗେଟ କରିଥିଲେ ଓଡିଶା ସରକାରଙ୍କୁ । ଖଣି, ପାଣି ଓ ନିଯୁକ୍ତି ଭଳି ପ୍ରସଙ୍ଗରେ ଆପ୍ ନେତାଙ୍କ ନିଶାନାରେ ଥିଲେ ରାଜ୍ୟ ସରକାର । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ କଂଗ୍ରେସରୁ ବିଦା ହୋଇଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ସାମିଲ ହୋଇଥିଲେ । ହେଲେ ଆପ୍ ଦଳରେ ଯୋଗ ଦେବା ନେଇ କିଛି ବି ସ୍ପଷ୍ଟ କରିନଥିଲେ ।