ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲ ବଦଳାଇଲେ ଫେସବୁକର କଭର ଫଟୋ ! ଲେଖିଲେ, ପୁଣି ଲଢିବି, ନିଶ୍ଚୟ ଜିତିବି

ଦେଶରେ ନିର୍ବାଚନ ସରିଲା ଫଳାଫଳ ମଧ୍ୟ ଆସିଲା

389

କନକ ବ୍ୟୁରୋ : ଦେଶରେ ନିର୍ବାଚନ ସରିଲା ଫଳାଫଳ ମଧ୍ୟ ଆସିଲା । ହେଲେ ଫଳାଫଳକୁ କେତେକ ନେତା ସହଜରେ ଗ୍ରହଣ କରିପାରୁନଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ହାରିବା ପରେ ସୋଶିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି । ଏପରିକି ନିଜ ଫେସବୁକ ପେଜରେ ଫଟୋ ବଦଳାଇଥିବା ମଧ୍ୟ ଦେଖାଯାଉଛି । ଯେଉଁଠାରେ ଲେଖାଯାଇଛି ପୁଣି ନିର୍ବାଚନ ଲଢିବି ଓ ବିଜୟୀ ହେବି । ୨୦୧୯ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ଆସନ୍ତାକାଲି ଅରବିନ୍ଦ ଏକ ବୈଠକ ଡାକିଥିବା ନେଇ ମଧ୍ୟ ସୂଚନା ମିଳିଛି ।

କାରଣ ଅଳ୍ପ କିଛି ଦିନପରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି । ୨୦୧୫ ଆପ ଆଦମୀ ପାର୍ଟି ୭୦ ଟି ଆସନରୁ ୬୭ଟି ଆସନରେ ବିଜୟୀ ହୋଇଥିଲା । ତେବେ ସେହି ବିଜୟ ଧାରା ପୁଣି ଥରେ ବଜାୟ ରହିବା ବୋଲି ଅରବିନ୍ଦ ଆଶା ରଖିଥିଲେ । କିନ୍ତୁ ସେହିପରି କୌଣସି ଫଳ ହେଲା ନାହିଁ । ତେଣୁ ଆଗାମୀ ନିର୍ବାଚନରେ ଦଳର କିପରି ବିଜୟ ହେବେ ତାହାକୁ ନେଇ ବର୍ତମାନଠାରୁ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଜଣାପଡିଛି । ଦଳୀୟ କର୍ମୀଙ୍କ ଯେପରି ମନବୋଳ ନକମିବ ସେଥିପାଇଁ ଦଳର କର୍ମୀମାନେ ଅନେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛନ୍ତି ।

ତେବେ ଚଳିତ ନିର୍ବାଚନରେ ସାରା ଦେଶରେ ଥିବା ଅନେକ ଦଳକୁ ମୋଦି ଚକମା ଦେଇଛନ୍ତି । କହିବାକୁ ଗଲେ ପୁଣି ଥରେ ମୋଦି ମ୍ୟାଜିକ କାମ ଦେଇଥିବା କୁହାଯାଉଛି । ହେଲେ ଏପରି ପରାଜୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସହଜରେ ସ୍ୱୀକାର କରିପାରିନାହାନ୍ତି ।

Comments are closed.