ମାନିଲେନି କଟକଣା, ଫୁଟାଇଲେ ବାଣ ! ନିୟମ ଉଲ୍ଲଂଘନ ଅଭିଯୋଗରେ ଗୋଟିଏ ପରିବାରକୁ ଉଠାଇ ନେଲା ପୁଲିସ୍

ଦିଲ୍ଲୀରେ ସାମ୍ନାକୁ ଆସିଛି କୋର୍ଟର ଅବମାନନା ଭଳି ମାମଲା

160

କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ କି ଦୀପାବଳୀ ଅବସରରେ ଲୋକେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫିଟାଇପାରିବେ । ତେବେ ଆଲୋକର ପର୍ବ ଦୀପାବଳୀ ଆଉ ମାତ୍ର କେଇଟା ଦିନ ବାକି ରହିଥିବା , ଦିଲ୍ଲୀରେ ସାମ୍ନାକୁ ଆସିଛି କୋର୍ଟର ଅବମାନନା ଭଳି ମାମଲା ।

ସୂଚନା ମୁତାବକ, ବାଣ ଫୁଟାଇବା ଉପରେ ପୂର୍ବ ଦିଲ୍ଲୀର ମୟୁର ବିହାର ଫ୍ରେଜ୍-ଥ୍ରିରେ ଏକ ପରିବାର ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ପଡୋଶୀ ବାଣ ଫୁଟାଇବା ନେଇ ବିରୋଧ କରିଥିଲେ । ତେବେ ବାରମ୍ବାର ବିରୋଧ କରିବା ସତ୍ୱେ ଯେତେବେଳେ ବ୍ୟକ୍ତି ଜଣକ ଶୁଣିନଥିଲେ ସେତେବେଳେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏବଂ ଅଭିଯୋଗ ପାଇବା ପରେ ପୁôଲିସ୍ ଉକ୍ତ ପରିବାର ବିରୋଧରେ ମାମଲା ରୁଜୁ କରିଛି ।

ପୁଲିସ ସୂଚନା ମୁତାବକ, ଦିନବନ୍ଧୁ (୩୯) ନିଜ ପରିବାର ଲୋକଙ୍କ ସହିତ ମିଶି ଜିଡି କଲୋନୀ, ମୟୁର ବିହାର ଫ୍ରେଜ୍-ଥ୍ରି ସ୍ଥିତ ଫ୍ଲାଟରେ ଭଡାନେଇ ରୁହନ୍ତି । ଏବଂ ସେ ଗ୍ରେଟର ନୋଇଡା ନଲେଡ ପାର୍କରେ ଚାକିରି କରିଛନ୍ତି । ତେବେ ତାଙ୍କ ବିରୋଧରେ ସେହି ଫ୍ଲାର୍ଟରେ ରହିଥିବା ଦମନଦୀପ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ରୁହନ୍ତି । ଅଭିଯୋଗ ରହିଛି କି, ଦମନଦୀପଙ୍କ ପିଲାମାନେ ଗୁରୁବାର ଦିନ ସଂଧ୍ୟାରେ ହଠାତ୍ ବାଣ ଫୁଟାଇବାକୁ ଲାଗିଥିଲେ । ଏଥିରେ ଦିନବନ୍ଧୁ ବାଣ ନଫୁଟାଇବାକୁ ପିଲାମାନଙ୍କୁ ବାରମ୍ବାର ମନା କରିଥିଲେ ଏବଂ ବୁଝାଇଥିଲେ କି ଏହାଦ୍ୱାରା ପ୍ରଦୂଷଣ ହେଉଛି ବୋଲି । ଏହାଛଡା ସେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସଂପର୍କରେ ବି କହିଥିଲେ . ହେଲେ ସେମାନେ କେହି ତାଙ୍କ କଥାରୁ ଧ୍ୟାନ ଦେଇନଥିଲେ ଆଉ ବାଣ ଫୁଟାଇଚାଲିଥିଲେ ।

ଏହାପରେ ରାତି ପାଖାପାଖି ସାଢେ ୮ଟା ହେବବ ଦମନଦୀପ କାମରୁ ଫେରିଥିଲେ ଆଉ ସେ ମଧ୍ୟ ପିଲାଙ୍କ ସହ ମିଶି ବାଣ ଫୁଟାଇବାକୁ ଲାଗିଥିଲେ । ଯାହାଦ୍ୱାରା ଉଭୟଙ୍କ ମଧ୍ୟରୋ ଝଗଡା ହୋଇଯାଇଥିଲା । ଦମନଦୀପ ମାନି ନଥିଲେ ଏବଂ ଦୀନବନ୍ଧଙ୍କ ଘର ଫାଟକ ଆଗରେ ହିଁ ବାଣ ଫୁଟାଇବାକୁ ଲାଗିଲେ । ଯାହାଦ୍ୱାରା ଦିନବନ୍ଧୁ ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ଗାଜିପୁର ପୁଲିସ ଦମନଦୀପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ଏଠାରେ ଆମେ କହି ରଖୁଛି କି, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଥିଲେ ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଆଗାମୀ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ବାଣକୁ ସଂପୂର୍ଣ୍ଣ ବ୍ୟାନ କରିନାହାନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ କଟକଣା

– ଦୀପାବଳିରେ କେବଳ ୨ ଘଂଟା ବାଣ ଫୁଟାଇ ପାରିବେ

– ରାତି ୮ଟାରୁ ୧୦ ପର‌୍ୟ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି

– ନୂଆବର୍ଷ ଓ ଖ୍ରୀଷ୍ଟମାସରେ ମାତ୍ର ଘଂଟାଏ ଫୁଟାଇବେ ବାଣ

– ରାତି ୧୧ଟା ୪୫ରୁ ୧୨ଟା ୪୫ ଯାଏଁ ବାଣ ଫୁଟାଇବାକୁ ଅନୁମତି

ଦିଲ୍ଲୀ ଭଳି ଦେଶର ଅନେକ ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ବାଣକୁ ସଂପୂର୍ଣ୍ଣ ବ୍ୟାନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ହେଲେ ବାଣ ବ୍ୟବସାୟୀ ଓ କାରିଗରଙ୍କ ଜୀବନ ଜୀବିକାର ଅଧିକାରକୁ ଆଖିରେ ରଖି ସୁପ୍ରିମକୋର୍ଟ ଏହିସବୁ କଡା ସର୍ତ୍ତ ସହ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏଥିସହ କୋର୍ଟ କହିଛନ୍ତି

– ଅନଲାଇନରେ ବିକ୍ରି ହୋଇପାରିବନି ବାଣ

– ବାଣ ବିକି ପାରିବେନି ଫ୍ଲିପକାର୍ଟ ଓ ଆମାଜନ୍ ଭଳି ଇ-କମର୍ସ ସଂସ୍ଥା