ଆଗାମୀ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି, ଖୋଲିଲା ୧୮୦୦ ହ୍ୱାଟସଆପ ଗ୍ରୁପ । ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଉପରେ ସିଧାସଳଖ ନଜର ରଖିବେ ଦଳ ମୁଖିଆ ଅମିତ ଶାହା

34

୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେପି । ୨୦୧୪ ଶୈଳୀରେ ୨୦୧୯ରେ ମଧ୍ୟ ନିର୍ବାଚନ ଲଢିବାକୁ ଚିନ୍ତା କରୁଛି ଦଳ । ପୂରା ଦେଶରେ ଗେରୁଆ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ମୋଦି-ଶାହା ଯୋଡି ପୁଣିଥରେ ସୋସିଆଲ ମିଡିଆ ଉପରେ ନିର୍ଭର କରିଛନ୍ତି । ଆଉ ଏହି କ୍ରମରେ ଦିଲ୍ଲୀ ବିଜେପି ପକ୍ଷରୁ ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୁର୍ବରୁ ୧୮୦୦ ହ୍ୱାଟସଆପ ଗ୍ରୁପ କରାଯାଇଛି । ଏବଂ ପ୍ରତ୍ୟେକ ଗ୍ରୁପରେ ଅମିତ ଶାହାଙ୍କୁ ସଦସ୍ୟ କରାଯାଇଛି । ଯାହାଦ୍ୱାରା କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିପାରିବେ ଶାହା ।

ଦିଲ୍ଲୀ ବିଜେପିର ସୋସିଆଲ ମିଡିଆର ସହ ପ୍ରମୁଖ ନୀଳକାନ୍ତ ବଖସ୍ତୀଙ୍କ କହିବା ଅନୁଯାୟୀ, ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ପଦାଧିକାରଙ୍କୁ ସୋସିଆଲ ମିଡିଆ ସହ ଯୋଡିବାକୁ ଏଭଳି ପ୍ରୟାସ କରାଯାଇଛି । ଏବେ ପର୍ଯ୍ୟନ୍ତ ୧୮୦୦ରୁ ଉଦ୍ଧ୍ୱର୍ ହ୍ୱାଟସଆପ ଗ୍ରୁପ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ସିଧାସଳଖ କାର୍ଯ୍ୟକର୍ତ୍ତାଙ୍କୁ ପାର୍ଟିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ଏବଂ ମିଛ ଖବର ଉପରେ ରୋକ ଲଗାଇବା । ପ୍ରତ୍ୟେକ ଗ୍ରୁପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଦିଲ୍ଲୀର ବିଜେପି ପ୍ରମୁଖ ମନୋଜ ତିୱାରୀଙ୍କ ନମ୍ବର ରହିବ ।

ଗତ ମାସରେ ଏକ ବୈଠକରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ମିଥ୍ୟା ଖବର ଓ ଗୁଜବ ସୃଷ୍ଟି କରୁଥିବା ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କାରଣ ଏଭଳି ମିଥ୍ୟା ଖବର ପ୍ରଚାର ହେବା ଦ୍ୱାରା ପାର୍ଟିର ବିଶ୍ୱସୟନୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାଛଡା ମୋଦି ସରକାରଙ୍କ ସଫଳତାର ସନ୍ଦେଶ ପହଞ୍ଚାଇବା ପାଇଁ ହ୍ୱାଟସଆପ ସାହାର୍ଯ୍ୟ ନେଇଛି ବିଜେପି । ଏହି ହ୍ୱାଟସଆପ ଗ୍ରୁପ ଦ୍ୱାରା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପରେ ନଜର ରଖିବେ ଅମିତ ଶାହା ।