ଅଳ୍ପକେ ବର୍ତିଲେ ଯାତ୍ରୀ : ଚକ ଫାଟିବା ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଛି ଏୟାର – ଇଣ୍ଡିଆ ବିମାନ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଘଟଣ ପୂର୍ବରୁ ଅଳ୍ପକେ ବର୍ତିଲେ ଯାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରେ ଦିଲ୍ଲୀ-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ ଏଆଇ-୦୭୫ର ଚକ ଫାଟିଯାଇଛି । ଅବତରଣ ପରେ ବିମାନର ପଛ ଚକ ଫାଟିଥିବା ଜଣାପଡିଛି । ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ବର୍ତିଯାଇଛନ୍ତି । ବିମାନଟି ନୂଆ ଦିଲ୍ଲୀରୁ ଆସିଥିଲା । ତେବେ ମରାମତି ପରେ ପୁଣି ବିମାନଟି ଉଡାଣ ଆରମ୍ଭ କରିବ ।