ଦିଲ୍ଲୀକୁ ଋଷଭ ଦେଲେ ରୋମାଞ୍ଚକର ବିଜୟ । ହାଇଦ୍ରାବାଦକୁ ୨ ୱିକେଟରେ ମାତ୍ ଦେଲା ଦିଲ୍ଲୀ ।

232

କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଆଡକୁ ଗୋଟିଏ ପାଦ ଆଗକୁ ବଢାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ବିଶାଖାପାଟଣାରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମରୁ ହିଁ ଭଲ ବ୍ୟାଟିଂ ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ୱୀ ସ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହା ପରେ ଋଷଭ ପନ୍ଥ ଦମଦାର ବ୍ୟାଟିଂ କରି ୨୧ଟି ବଲରୁ ୫ଟି ବଡ ବଡ ଛକା, ୨ଟି ଚୌକା ବଳରେ ୪୯ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା ।