ଆଜି ଦିଲ୍ଲୀରେ ବସୁଛି ଜିଏସଟି ବୈଠକ ! ସୁନା, ବୟନ ଶିଳ୍ପ ଓ ବିସ୍କୁଟ ସମେତ ୮ଟି ଦ୍ରବ୍ୟ ଉପରେ ହେବ ଟିକସ ହାର ନିର୍ଦ୍ଧାରଣ

44

କନକ ବ୍ୟୁରୋ : ପୁଣି କେତେକ ଦ୍ରବ୍ୟ ଉପରେ ଟିକସ ହାର ନିର୍ଦ୍ଧାରଣ କରିବା ଲାଗି ଜିଏସଟି ପରିଷଦର ବୈଠକ ଆଜି ଦିଲ୍ଲୀରେ ବସୁଛି । ଏଥିରେ ୮ଟି ଦ୍ରବ୍ୟ ଉପରେ ଟିକସ ହାର ନିର୍ଦ୍ଧାରଣ କରାଯିବ । ସୁନା, ବୟନଶିଳ୍ପ ଓ ବିସ୍କୁଟ ଭଳି ଦ୍ରବ୍ୟରେ ଟିକସ ହାର ନିର୍ଦ୍ଧାରଣ ହେବ । ଏହାଛଡା କିଛି ଦ୍ରବ୍ୟ ଟିକସ ହାରର ସମୀକ୍ଷା ବି ହେବ । ଗତମାସରେ ଜିଏସଟି ପରିଷଦ ବୈଠକରେ ୧୨ ଶହ ଦ୍ରବ୍ୟ ଉପରେ ବିଭିନ୍ନ ସ୍ଲାବରେ ଟିକସ ନିର୍ଦ୍ଧାରତ ହୋଇଥିଲା ।

ତେବେ ବିସ୍କୁଟ, ବୟନଶିଳ୍ପ, ବିଡି, କେନ୍ଦୁପତ୍ର, ନାମୀ ଧାତବ ଦ୍ରବ୍ୟ, ଜୁଏଲାରୀ ଓ ଅନ୍ୟାନ୍ୟ ଦ୍ରବ୍ୟ ଉପରେ ଟିକସ ଧାର୍ଯ୍ୟ ପାଇଁ ପରିଷଦ ମନା କରିଦେଇଥିଲା । ତେବେ ଆଜିର ବୈଠକରେ ସୁନା ଓ ବିସ୍କୁଟ ଭଳି ଦ୍ରବ୍ୟରେ ଟିକସ ହାର ନିର୍ଦ୍ଧାରଣ ହେବ । ଜୁଲାଇ ପହିଲାରୁ ଦେଶରେ ସେବା ଓ ଦ୍ରବ୍ୟ ଟିକସ, ଜିଏସଟି କାଯ ର୍୍ୟକାରୀ ହେବାର ଅଛି ।