ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ଆଣିବା ପାଇଁ ଦିଲ୍ଲୀ ବିଧାନସଭାରେ ପାରିତ ହେଲା ସଂକଳ୍ପ

ରାଜୀବ ଗାନ୍ଧିଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ଆଣିବାକୁ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି ସଂକଳ୍ପ

1,007

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ଆଣିବାକୁ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି ସଂକଳ୍ପ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ନେଇ ରାଜୀବ ଗାନ୍ଧିଙ୍କ ଆଭିମୁଖ୍ୟ ସ୍ପଷ୍ଟ  ନଥିବା ଅଭିଯୋଗ ଆଣିଛି ଆମ୍ ଆଦମୀ ପାର୍ଟି । ଦଳୀୟ ବିଧାୟକ ଜନାଇଲ୍ ସିଂହ ଏନେଇ ଆଣିଥିବା ସଂକଳ୍ପ ପ୍ରସ୍ତାବ ବାଚନୀକ ଭୋଟରେ ପାରିତ ହୋଇଥିଲା । ଦିଲ୍ଲୀ ସରକାର ଏହି ସଂକଳ୍ପ ନେଇ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ତାଙ୍କୁ ଏଦିଗରେ ବୁଝାଇବାକୁ ଚେଷ୍ଟା କରାଯିବ ବୋଲି କୁହାଯାଇଛି । ୧୯୮୪ ଦଙ୍ଗା ମାନବିକତାର ଉଲ୍ଲଂଘନ ଏବଂ ଏନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆପ୍ ବିଧାୟକ ମତ ଦେଇଛନ୍ତି ।

 

ଏହି ଦଙ୍ଗା ପାଇଁ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆଜୀବନ ଜେଲ ଦଣ୍ଡାଦେଶ ପାଇଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଦେହରକ୍ଷୀ ଗୁଳି କରି ହତ୍ୟା କରିବା ପରେ ସାରା ଦେଶରେ ଶିଖ୍ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା । ଅନ୍ୟପଟେ ଇନ୍ଦିରାଙ୍କ ପରେ ରାଜୀବ ଦଳର ନେତୃତ୍ୱ ନେବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ଦଙ୍ଗା ସୃଷ୍ଟି ହୋଇଥିଲା । ୧୯୯୧ରେ ରାଜୀବ ଗାନ୍ଧିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନ ମରଣୋତର ଭାବେ ପ୍ରଦାନ କରାଯାଇଥିଲା ।