ଭୋଟ ସରିଲା, ମତ ଆସିଲା । ଦିଲ୍ଲୀରେ ପୁଣି ଥରେ ଝାଡୁ ମାରିଦେବ କି ଆପ ? ବୁଥ ବାହୁଡା ମତରେ ଦିଲ୍ଲୀବାସୀ କାହାକୁ କରିଛନ୍ତି ନିଜର । ପଢନ୍ତୁ ପୂରା ତଥ୍ୟ

599

କନକ ବ୍ୟୁରୋ: ଆସିଲା ବୁଥ ବାହାୁଡା ମତ । ଦିଲ୍ଲୀ ଗାଦି ପାଇଁ ଭୋଟର କାହାକୁ କରିଛନ୍ତି ପସନ୍ଦ । ସେନେଇ ମତ ରଖିଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀରେ ଏଥର ଲୋକଙ୍କ ମୁଡ କେଉଁ ଦଳ ସପକ୍ଷରେ ଯାଉଛି ତାହାକୁ ବିଭିନ୍ନ ସଂସ୍ଥା ସର୍ଭେ କରିଛନ୍ତି । ତେବେ ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ଆପକୁ ୪୪, ବିଜେପିକୁ ୨୬ ଏବଂ କଂଗ୍ରେସକୁ କୌଣସି ବି ଗୋଟିଏ ଆସନ ମିଳିନପାରେ ।

ସେହିଭଳି ଟାଇମସ ନାଓର ଆକଳନ ଅନୁସାରେ ମଧ୍ୟ ଆପକୁ ୪୪, ବିଜେପିକୁ ୨୬ ଏବଂ କଂଗ୍ରେସ ଖାତାରେ ଶୂନ । ରିପବ୍ଲିକ ଟିଭିର ମତ ଅନୁସାରେ ଆପ ୪୮ରୁ ୬୧ଟି ଆସନ ପାଇବ, ବିଜେପି ୯ରୁ୨୧ ଏବଂ କଂଗ୍ରେସ ଗୋଟିଏ ଆସନ ଅକ୍ତିଆର କରିପାରେ ।

ତେବେ ସୁଦର୍ଶନ ନ୍ୟୁଜ୍ ଅନୁସାରେ ଆପ- ୪୦-୪୫, ବିଜେପି- ୨୪ରୁ ୨୮, କଂଗ୍ରେସ- ୨ରୁ ୩ । ଟିଭି୯ ଭାରତବର୍ଷ ଅନୁସାରେ ଆପ- ୫୪, ବିଜେପି- ୧୫, କଂଗ୍ରେସ-୧ । ଇଣ୍ଡିଆ ନ୍ୟୁଜ୍ ନେତାର ଆକଳନ ଅନୁସାରେ ଆପ- ୫୩ରୁ ୫୭, ବିଜେପି- ୧୧ରୁ ୧୭ ଏବଂ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରେ ।
ତେବେ ଏସବୁ ଆକଳନ ଏଗାର ତାରିଖ ଦିନ ଫର୍ଚ୍ଚା ହେବ କି କିଏ କେତେ ଆସନ ପାଉଛି । ଆଉ ଏଥର ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତି ଦରବାରର ବାଦସାହା କିଏ ବନୁଛି ।