ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ :୪ଶହ ଟପିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

21

କନକ ବ୍ୟୁରୋ : ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଛି । ବିଷାକ୍ତ କୁହୁଡିକୁ ଆଖିରେ ରଖି ଦିଲ୍ଲୀର ସବୁ ପ୍ରାଇମେରୀ ସ୍କୁଲକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ ସରକାର । ଯଦି ଆବଶ୍ୟକ ପଡେ ଆଗକୁ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟ।। ଅନ୍ୟପଟେ ପାଣିପାଗ ବିଭାଗ କହିଛି ଆହୁରି ୪ରୁ ୫ଦିନ ଯାଏଁ ଏଭଳି ସ୍ଥିତି ଲାଗିରହିବ ।

ଘନ କୁହୁଡି ଯୋଗୁଁ ଭାରତୀୟ ମେଡିକାଲ ଆସୋସିଏସନ ଦିଲ୍ଲୀରେ ହେଲଥ ଇମରଜେନ୍ସି ଘୋଷଣା କରି ସାରିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦଜନକ ସ୍ତରରେ ପହଂଚିଛି । ଏୟାର କ୍ୱାଲିଟି ଇନଡେକ୍ସ ୧୦୦ରୁ ଅଧିକ ରହିବା ଚିନ୍ତାଜନକ ଥିବାବେଳେ ବର୍ତମାନ ଦିଲ୍ଲୀରେ ଏହା ୪ଶହରୁ ଉପରେ ରହିଛି ।

ଆଇଏମଏ ମୁଖ୍ୟ ଡକ୍ଟର କେକେ ଅଗ୍ରୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଖୋଲା ପତ୍ର ଲେଖି ଏନେଇ ଉଦବେଗ ପ୍ରକାଶ କରଛନ୍ତି । ଏବଂ ଏବେ ଆରୋପ ପ୍ରତ୍ୟାରୋପ ରାଜନୀତିର ବେଳ ନୁହେଁ ବରଂ ଦିଲ୍ଲୀବାସୀ କେମିତି ସୁରକ୍ଷିତ ରହିବେ ସେ ନେଇ ଉଚିତ ପଦକ୍ଷେପ ନେବାର ବେଳ ଆସିଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଦିଲ୍ଲୀ ଏବେ ଗ୍ୟାସ ଚାମ୍ବର ପାଲଟି ଯାଇଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା