ଭାଇ ଚାହିଁଲା ଭାଇର ମୁହଁ । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହେଲା ଜଗାବଳିଆଙ୍କ ସାକ୍ଷାତ ଫଟୋ

40

କନକ ବ୍ୟୁରୋ : ଏକ ବିରଳ ମୂହୁର୍ତର ଫଟୋଗ୍ରାଫ । ଯେତେବେଳେ ଜଗା ଆଉ ବଳିଆ ପରସ୍ପରକୁ ଭେଟିଛନ୍ତି । ଦିନେ ପରସ୍ପର ସହ ଯୋଡି ହୋଇ ରହିଥିବା ଏହି ଦୁଇ ଯାଆଁଳା ଶିଶୁ ଅଲଗା ଅଲଗା ହେବା ପରେ ଦୁହେଁ ଦୁହିଁକୁ ଭେଟୁଥିବାର ଚିତ୍ର । ପାଖରେ ଅଛନ୍ତି ଜଗା-ବଳିଆର ବାପା ଓ ମାଆ । ଅପରେସନର ଠିକ ୪ ମାସ ପରେ ଦିଲ୍ଲୀ ଏମସ ପକ୍ଷରୁ ଦିଆଯାଇଥିବା ଏହି ଚିତ୍ର ବୟାନ କରୁଛି ସେମାନେ ଧିରେ ଧିରେ ସାମାନ୍ୟ ଅବସ୍ଥାକୁ ଫେରୁଛନ୍ତି ।

ଅପରେସନ ପରେ ଜଗା ବେଶ ଶୀଘ୍ର ସୁସ୍ଥ ହେବାରେ ଲାଗିଲା । ତେବେ ବଳିଆ କ୍ଷେତ୍ରରେ ଶଙ୍କା ଲାଗି ରହୁଥିଲା । କିନ୍ତୁ ଧିରେ ଧିରେ ବଳିଆ ବି ସ୍ୱାଭାବିକ ହେବାକୁ ଲାଗିଲା । ଆଉ ଆଜିର ଦିନରେ ବଳିଆ ବେଶ ସୁସ୍ଥ ଥିବା ପରି ମନେ ହେଉଛି ।

କନ୍ଧମାଳର ଏହି ଗରିବ ପରିବାରର କାହାଣୀ ସେମାନଙ୍କ ପାଇଁ ଯେତିକି ଖୁସି ଆଣି ଦେଇଛି ସେତିକି ପରିମାଣରେ ଖୁସି ସାରା ଓଡିଶାବାସୀ ବି ଅନୁଭବ କରୁଛନ୍ତି । କାରଣ ଏହି ଅପରେସନ ଏକ ବିରଳ ଅପରେସନ ଥିଲା ଏବଂ ସମସ୍ତେ ପ୍ରାର୍ଥନା କରୁଥିଲେ ଜଗା-ବଳିଆ ଭଲ ହୋଇଯାନ୍ତୁ । ସେମାନେ ଆଉ ୮ରୁ ୯ ମାସ ଦିଲ୍ଲୀ ଏମ୍ସରେ ରହିପାରନ୍ତି ।