ଫିଟ୍ ହେଲା ଜଗା, ସୁଧୁରୁଛି ବଳିଆର ସ୍ୱାସ୍ଥ୍ୟାବସ୍ଥା : ଏମ୍ସ ହସ୍ପିଟାଲ ବେଡରୁ ଆସିଲା ଜଗାର ବଲ୍ ଖେଳୁଥିବାର ଚିତ୍ର

24

କନକ ବ୍ୟୁରୋ :  ଜଗା ହାତରେ ବଲ୍ । ଦିଲ୍ଲୀ ଏମ୍ସ ବେଡରେ ହାତରେ ବଲ୍ ଧରି ଖେଳୁଛି ଜଗା । ସାଙ୍ଗରେ ଖେଳୁଛନ୍ତି ଡାକ୍ତର । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓରୁ ସ୍ପଷ୍ଟ ହେଉଛି ଯେ, ସୁସ୍ଥ ଅଛି ଜଗା । ସାଧାରଣ ୱାର୍ଡରେ ଥିବା ଜଗା ବେଡରେ ନିଜେ ବସିପାରୁଛି । ହାତରେ ବଲ୍ ଧରି ଖେଳିପାରୁଛି ବି । ତିନି ଜଣ ଡାକ୍ତର ଜଗାକୁ ଘେରି ବସିଥିବା ବେଳେ ହାତରେ ବଲ୍ ଧରି ଖେଳୁଛି ଜଗା । ଆଉ ଏକ ଭିଡିଓରେ ହାତରେ ବିସ୍କୁଟ୍ ଧରି ଖାଉଛି ଜଗା । ବେଡରେ ଶୋଇଥିବା ଅବସ୍ଥାରେ ଜଗା ନିଜ ହାତରେ ବିସ୍କୁଟ୍ ଖାଉଛି । ଏପରିକି ଡାକ୍ତର ଜଗାକୁ ଖୁଆଉଥିବା ଫଟୋ ମଧ୍ୟ ଜାରି କରିଛି ଦିଲ୍ଲୀ ଏମ୍ସ ।

ଧିରେ ଧିରେ ସୁସ୍ଥ ହେଉଛି ଜଗା । ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି । ବଳିଆକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଆଜି ବଳିଆକୁ ଆଇସିୟୁରେ ଦେଖା କରିଛନ୍ତି ତା ମାଆ । ବଳିଆ ଅବସ୍ଥା ସ୍ଥିର ରହିଥିବା ବେଳେ ତାକୁ ସୁସ୍ଥ ହେବାରେ ଆଉ କିଛି ଦିନ ଲାଗିପାରେ ବୋଲି ଡାକ୍ତର କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି କନ୍ଧମାଳର ଦୁଇ ଶିଶୁ ଜଗା-ବଳିଆ । କିଛି ଦିନ ତଳେ ଜଗା ମାଆ କୋଳରେ ବସିଥିବା ବେଳେ ଗୀତ ଶୁଣିଥିଲା । ଆଜି ବଲ୍ ଖେଳିବା ସହ ନିଜ ହାତରେ ଖାଇଛି ଜଗା ।