ରେନସମବେୟର ଭାଇରସରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ନିଜ ଫେସବୁକ ଆକାଉଣ୍ଟରୁ ତୁରନ୍ତ ହଟାଇ ନିଅନ୍ତୁ ଏହି ୫ ଟି ଜିନିଷ

34

ଆମ ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆ ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି । ଏବେ ଫେସବୁକ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କିନ୍ତୁ ଏହାସହ ପେସବୁକର ପ୍ରାଇଭେସି ପଲିସି ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ଏମିତରେ ୟୁଜରଙ୍କୁ ଅନେକ ଥର ଉପଦେଶ ଦିଆଯାଇଛି କି ସେମାନେ ଏହି ସୋସିଆଲ ସାଇଟର ବ୍ୟବହାର ସମୟରେ ସାବଧାନ ରହିବା ଉଚିତ ।

ଏବେ ଏକ ମିଡିଆ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଠି କୁହାଯାଇଛି କି ଗ୍ରାହକଙ୍କୁ ନିଜ ଫେସବୁକ ଆକାଉଣ୍ଟରୁ କେଁଉ କେଉଁ ଜିନିଷ ତୁରନ୍ତ ହଟାଇ ନେବା ଉଚିତ୍ । ରେନସମବେୟର ଯେମିତି ବଡ ସାଇବର ଆକ୍ରମଣ ପରେ ଏହି ତଥ୍ୟ ମଧ୍ୟ ସବୁ ଗରୁତ୍ୱପୂର୍ଣ୍ଣ ହୋଇଯାଉଛି ।

୧. ଡିଲିଟ କରିଦିଅନ୍ତୁ ମୋବାଇଲ ଆପ – ଗ୍ରାହକଙ୍କୁ କୁହାଯାଇଛି ସେମାନେ ମୋବାଇଲରୁ କିଛି ଦିନ ପାଇଁ ଫେସବୁକ ଆପ ତୁରନ୍ତ ଡିଲିଟ କରିଦିଅନ୍ତୁ । କାରଣ ଏହି ଆପ ଜରିଆରେ ଆପଣଙ୍କ ବିଷୟରେ ଆପଣଙ୍କ ଗୋପନୀୟ ତଥ୍ୟ ଚୋରି ହୋଇପାରେ ।

୨. ଫୋନ ନମ୍ବର ହଟାଇ ନିଅନ୍ତୁ – ଫେସବୁକରେ ଯଦି ନିଜର ଫୋନ ନମ୍ବର ଦେଇଛନ୍ତି ତୁରନ୍ତ ହଟାଇ ନିଅନ୍ତୁ । ଏହା ଆପଣଙ୍କ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇପାରେ ।

୩. ଅଜଣା ଲୋକଙ୍କ ଫ୍ରେଣ୍ଡଲିଷ୍ଟକୁ ହଟାଇ ନିଅନ୍ତୁ – ଗବେଷଣା ଅନୁସାରେ ଜଣେ ୟୁଜର ଏକାବେଳେ ୧୫୦ ଫ୍ରେଣ୍ଡଙ୍କ ସହ ଲଗାତାର ସମ୍ପର୍କ ରଖିପାରିବ । ଏମିତରେ ବହୁତ ଅଧିକ ଲୋକଙ୍କ ସହ ଅନଲାଇନ ସମ୍ପର୍କ କ୍ଷତିକର ହୋଇପାରେ ।

୪. କ୍ରେଡିଟ କାର୍ଡର ତଥ୍ୟ – ଯଦି ଫେସବୁକରେ କ୍ରେଡିଟ କାର୍ଡ ମାଧ୍ୟମରେ କୌଣସି ନେଣ ଦେଶ କରିଛନ୍ତି ତେବେ ସାବଧାନ ରୁହନ୍ତୁ । ଆପଣଙ୍କ ଗୋପନୀୟ ତ୍ୟ ହ୍ୟାକର୍ସ ହାତରେ ଲାଗିପାରେ ।

୫. ଫଟୋ ଟ୍ୟାଗର ଲୋକେସନ ହଟାଇ ନିଅନ୍ତୁ – ଯଦି ଆପଣ ଫଟୋରେ ଲୋକେସନ ଟ୍ୟାଗ କରନ୍ତି ତେବେ ଲୋକଙ୍କୁ ଜଣାପଡିଯିବ ଆପଣ କେଉଁଠି ରୁହନ୍ତି । ଏଥିପ୍ରତି ମଧ୍ୟ ଆପଣ ଧ୍ୟାନ ଦେବା ଉଚିତ ।

                                                    ସୌଜନ୍ୟ-ନଇଦୁନିଆ