ଫେସବୁକରେ କୌଣସି ଫ୍ରେଣ୍ଡର ଷ୍ଟାଟସରେ ସବୁଜ ଚନ୍ଦ୍ରର ଚିତ୍ର ଦେଖୁଛନ୍ତି କି ? ତୁରନ୍ତ ତାଙ୍କୁ କରନ୍ତୁ ଅନଫ୍ରେଣ୍ଡ, ଜାଣନ୍ତୁ ଏହାର କାରଣ

76

ବର୍ଷ ବର୍ଷ ଧରି ଫେସବୁକ ଆକାଉଂଟ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ପ୍ରୋଫାଇଲରେ ନିଜ ଲୋକଙ୍କ ସହ ଅନ୍ୟ କିଛି ଅଜଣା ବ୍ୟକ୍ତିଙ୍କ ଆକାଉଂଟ ମଧ୍ୟ ଯୋଡି ହୋଇଯାଏ । ତେବେ କିଛି ଲୋକ ଭିନ୍ନ ଭିନ୍ନ ଧରଣରେ ଷ୍ଟାଟସ ଦେଇ ଅନେକ ସମୟରେ ସେୟାର କରିଥାନ୍ତି । ଯଦି ଆପଣ ଅନେକ ଦିନ ଧରି ଏଭଳି ଫ୍ରେଣ୍ଡକୁ ଫ୍ରେଣ୍ଡଲିଷ୍ଟରେ କାଟିବାକୁ ଚାହୁଁଥିବେ, ଆଉ ଆପଣଙ୍କୁ କୌଣସି ଉତ୍ତମ ଉପାୟ ମିଳୁନଥିବ । ସେଥିପାଇଁ ଚିନ୍ତାରେ ମଧ୍ୟ ପଡିଯାଉଥିବେ । ତେବେ ଆଉ ଚିନ୍ତା କରନ୍ତୁ ନାହିଁ, ଖୁବ ସହଜରେ ଆପଣଙ୍କୁ ଏହାର ଅବସର ମିଳିଯିବ । ବତ୍ତର୍ମାନ ସମୟରେ ସବୁଜ ଚନ୍ଦ୍ର ଥିବା ଏକ ଫଟୋ ଜୋରସୋରେ ଶେୟାର ହେଉଛି । ସବୁଜ ଚନ୍ଦ୍ର ଥିବା ଫଟୋ ନଜରକୁ ଆସିଲେ, ତୁରନ୍ତ ଅନଫ୍ରେଣ୍ଡ କରନ୍ତୁ । ଯେଉଁ ଅଜଣା ସାଙ୍ଗମାନଙ୍କୁ ଆପଣ ଅନଫ୍ରେଣ୍ଡ କରିବା ପାଇଁ ଚାହୁଁଛନ୍ତି, ଏହି ସବୁଜ ଚନ୍ଦ୍ର ଫଟୋ ଆଳରେ ଅନଫ୍ରେଣ୍ଡ କରିପାରିବେ । ଏବଂ ଭୁଲରେ ଏପରି ହୋଇଯାଇଛି ବୋଲି ସେମାନଙ୍କୁ ଉତ୍ତର ମଧ୍ୟ ଦେଇପାରିବେ ।

ଏହି ଫଟୋର ରହସ୍ୟ କ’ଣ ରହିଛି, ଜାଣି ରଖନ୍ତୁ ?
ଏହି ଫଟୋକୁ ସେୟାର କରି ଦାବି କରାଯାଉଛି ଯେ ଆଗାମୀ ୨୦ ଏପ୍ରିଲରେ ଚନ୍ଦ୍ର ସବୁଜ ରଂଗ ଦେଖାଯିବ । ଏପରି ୪୨୦ ବର୍ଷରେ ଥରେ ଦେଖିବାକୁ ମିଳି ବୋଲି କୁହାଯାଉଛି । ତେବେ ଏହି ଖୁବ ଜୋରସୋରେ ଏବେ ସେୟାର ହେଉଛି । ବାସ୍ତବ କଥା ହେଲା ଏହା ଏକ ଉଡ଼ା ଖବର । ଏଭଳି ଖବର ୨୦୧୬ରେ ମଧ୍ୟ ଭାଇରାଲ ହୋଇଥିଲା । ଯଦିଓ ଆପଣ ଏଭଳି ଉଡା ଖବର ବା ଫୋଟୋର ସେୟାର ହେଉଥିବା ଦେଖୁଛନ୍ତି, ତେବେ ଆପଣ ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରୁ ଉକ୍ତ ସାଙ୍ଗମାନଙ୍କୁ ଡିଲିଟ୍ କରିବା ପାଇଁ ଉତ୍ତମ ସୁଯୋଗ ପାଇଯିବେ । ଏହାଦ୍ୱାରା ଆପଣଙ୍କ ଅଜଣା ଫ୍ରେଣ୍ଡମାନେ ମଧ୍ୟ ଡିଲିଟ ହୋଇଯିବେ । ଏବଂ ଏପରି ଉଡା ଖବରକୁ ମଧ୍ୟ ରୋକା ଯାଇପାରିବ ।