ଦେଲେ ଧରା କଥା ସରେ

320

ଖୁବ୍ ଶୀଘ୍ର ରୁପେଲି ପରଦାକୁ ଆସୁଛି ଦେବଲିନା ପ୍ରଡକସନର ପ୍ରଥମ ଅବଦାନ ଦେଲେ ଧରା କଥା ସରେ  । ଫିଲ୍ମର ମେଲ୍ ଲିଡରେ ଅଛନ୍ତି ନବାଗତ ନାୟକ ଜ୍ୟୋତି ଓ ଫିମେଲ ଲିଡରେ ଅଛନ୍ତି ବେଙ୍ଗଲୀ ବ୍ୟୁଟି ମାଲବିକା ବାନାର୍ଜୀ  । ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ  । ଏହାର ପ୍ରଯୋଜନାରେ ଅଛନ୍ତି ପଙ୍କଜ ରାଉତ ଓ ନିର୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ମିଶ୍ର  । ତେବେ ଫିଲ୍ମରେ ସମୁଦାୟ ୫ଟି ଗୀତ ଅଛି, ଯାହାକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ବସନ୍ତ ରାଜ୍ ସାମଲ୍ ଓ ବାପୁ ଗୋସ୍ୱାମୀ  । ମ୍ୟୁଜିକ୍ ଦେଇଛନ୍ତି ପ୍ରଶାନ୍ତ ପାଢୀ । ତେବେ ଫିଲ୍ମର ଅନ୍ୟାନ୍ୟ ମୁଖ୍ୟ ଭୁମିକାରେ ଅଛନ୍ତି ମହେଶ୍ୱତା, ଅଜିତ୍ ଦାସ, ଜୀନା ଓ ମୀନକେତନ  । ତେବେ ଫିଲ୍ମଟିର ସଫଳତାକୁ ନେଇ ସମସ୍ତେ ବେଶ୍ ଆଶାବାଦୀ  ।