କୁହୁଡି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ । ସନ୍ଧ୍ୟାରେ ଛାଡିବ ରାଜଧାନୀ ଏକ୍ସପ୍ରେସ । ବାତିଲ ହେଲା ପୁରୁଷୋତ୍ତମ

37

କନକ ବ୍ୟୁରୋ : କୁହୁଡି ଓ ଥଂଡା ଯୋଗୁ ପ୍ରଭାବିତ ହୋଇଛି ଟ୍ରେନ ଚଳାଚଳ । କିଛି ଟ୍ରେନର ଗତିପଥ ପରିବର୍ତ୍ତର୍ନ କରାଯାଇଥିବା ବେଳେ ଅନେକ ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ପକ୍ଷରୁ କୁହାଯାଇଛି । ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ବିଭିନ୍ନ ଟ୍ରେନ ସେବା ବିଳମ୍ବିତ ହୋଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ସକାଳ ୯.୩୦ ମିନିଟ ସମୟରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା ୬.୩୦ରେ ଛାଡ଼ିବ। ସେହିପରି ଶୁକ୍ରବାର ପୁରୀରୁ ସକାଳ ୧୦.୫୫ରେ ଛାଡ଼ୁଥିବା ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା୬ଟାରେ ଛାଡ଼ିବ।

ଶୁକ୍ରବାର ରାତିରେ ପୁରୀରୁ ଏବଂ ରବିବାର ରାତିରେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଘନ କୁହୁଡ଼ି କାରଣରୁ ଲିଙ୍କ ଟ୍ରେନ ଗୁଡ଼ିକ ବିଳମ୍ବରେ ଚାଲିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।