ଡେଲାଙ୍ଗରେ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ଶହେରୁ ଅଧିକ ବୋମାମାଡ

37

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ଡେଲାଙ୍ଗରେ ଗୋଷ୍ଠୀ ସଂଘର୍ଷ । ଆଇସକ୍ରିମ୍ ଖାଇବାକୁ ନେଇ ହାଟବଜାର ନିକଟ ଦୁଇ ଗାଁ ମଧ୍ୟରେ ବିବାଦ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ବୋମାମାଡ ହୋଇଛି ।  ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଏଥିରେ ୨ ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଡିସିପି ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତ ଦୃଷ୍ଟିରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦୁଇ ଗାଁ ମଧ୍ୟରେ ଏବେ ବି ଚାପା ଉତେଜନା ଲାଗି ରହିଥିବାରୁ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତି । ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି ।