ଆସନ୍ତା କାଲି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଶ୍ରୀମନ୍ଦିରରେ କେଉଁ ସମୟରେ ମହାବାହୁଙ୍କ ନୀତିକାନ୍ତି କ’ଣ

64

କନକ ବ୍ୟୁରୋ: ଆସନ୍ତା କାଲି ଭାରତରେ ଦେଖାଯିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ । ତେବେ ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ କିଭଳି ରହିବ ନୀତିକାନ୍ତି ସେନେଇ ସ୍ୱତନ୍ତ୍ର ନିର୍ଘଣ୍ଟ ସମୟ ପ୍ରସ୍ତୁତ କରାଯାଇଛି । ଆସନ୍ତା କାଲି ଆଷାଢ଼ ପୂର୍ଣ୍ଣିମା, କେତୁଗ୍ରସ୍ତ ଆକାଶ ଗ୍ରାସ ଚନ୍ଦ୍ର ଗ୍ରହଣର ନୀତି ନିର୍ଘଣ୍ଟ ଅନୁସାରେ:

୧. ଦ୍ୱାରଫିଟା- ପ୍ରାତଃ ୫ଘଟିକା

୨. ଭିତର ଶୋଧ- ୫.୩୦ ମିନିଟ୍

୩.ମଙ୍ଗଳ ଆଳତି – ୫.୪୦ ମିନିଟ୍

୪.ମଇଲମ- ୬.୦୦

୫.ତଡପ ଲାଗି- ୬.୩୦ ମିନିଟ୍

୬.ଅବକାଶ- ୭.୩୦ ମିନିଟ୍

୭.ମଇଲମ- ୭.୩୦ ମିନିଟ୍

୮.ରୋଷହୋମ- ୭.୫୦ ମିନିଟ୍

୯. ବେଶଶେଷ- ୮.୦୦

୧୦. ସୂର୍ଯ୍ୟପୂଜା – ୮.୧୫ମିନିଟ୍

୧୧. ଦ୍ୱାରପାଳ ପୂଜା ୮.୩୦ମିନିଟ୍

୧୨. ଗୋପାଳ ବଲ୍ଲଭ- ୯.୦୦

୧୩. ସକାଳ ଧୂପ (କେବଳ କୋଠଭୋଗ) ୯.୩୦ ରୁ ୧୦.୩୦

୧୪. ମଇଲମ ଓ ବେଶ- ୧୦.୪୫ ରୁ ୧୧.୧୫

୧୫. ଭୋଗମଣ୍ଡପ ୯.୪୦ ରୁ ୧୧.୩୦

୧୬. ମଧ୍ୟାହ୍ନ ଧୂପ( କେବଳ କୋଠଭୋଗ) ୧୨ଟାରୁ ୧.୦୦

୧୭. ଦ୍ୱିତୀୟ ଭୋଗମଣ୍ଡପ ୧୨.୧୦ରୁ ୨ଟା ପର୍ଯ୍ୟନ୍ତ

୧୮. ଦକ୍ଷିଣିଘର ଭୋଗ- ୨.୩୦ ମିନିଟ୍

୧୯. ମଇଲମ, ତଡପଲାଗି- ୨.୪୫ ମିନିଟ୍

ତେବେ ଆସନ୍ତା କାଲି ରାତି ୧୧ଟା ୫୩ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଗହଣ ମହାସ୍ନାନ, ଗ୍ରହଣ ଭୋଗ ପରେ ମଇଲମ ବେଶ ବଢି ସନ୍ଧ୍ୟା ଆଳତି ନୀତି ସରିବା ପରେ ଅନ୍ୟାନ୍ୟ ନୀତିମାନ ହେବ । ( ପାକ ତ୍ୟାଗ ଓ ଦେବନୀତି ନିଷେଧ ଦିବା ୨ଟା ୫୪ ମିନିଟ୍, ହୋଇଥିବାବେଳେ ଗ୍ରହଣ ସର୍ବମୋକ୍ଷ ରାତ୍ର ୩ଟା ୪୯ ମିନିଟ୍ ସମୟରେ ହେବ ବୋଲି ଉଲ୍ଲେଖ ରହିଛି ।

ଆସନ୍ତା କାଲି ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଭାବେ ଏହାକୁ ଲୋକ ଦେଖିପାରିବେ ଏହି ଚନ୍ଦ୍ରଗ୍ରହଣ ୨୦୦୧ରୁ ୨୧୦୦ ମସିହା ମଧ୍ୟରେ ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହାର ଅବଧି ମୋଟାମୋଟି ଭାବେ ୬ ଘଣ୍ଟା ୧୪ ମିନିଟ୍ ରହିବ । ଏହି ସମୟରେ ୧୦୩ ମିନିଟ୍ ଧରି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣର ସ୍ଥିତି ଦେଖିବାକୁ ମିଳିବ ।