ଡେରାଡୁନରେ ରାକ୍ଷାସ ସ୍ୱାମୀଙ୍କ ବିରୋଧରେ ଆଜି ଆସିବ ଦଣ୍ଡାଦେଶ ! ଓଡ଼ିଆ ମହିଳା ଅନୁପମା ପ୍ରଧାନଙ୍କୁ ହତ୍ୟା ପରେ ୭୦ ଖଣ୍ଡ କରିଥିଲେ ସ୍ୱାମୀ, କାଲି ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ

45

କନକ ବ୍ୟୁରୋ : ଡେରାଡୁନରେ ବହୁ ଚର୍ଚ୍ଚିତ ଓଡ଼ିଆ ଝିଅ ହତ୍ୟା ମାମଲାରେ ଆଜି ହେବ ଦଣ୍ଡାଦେବ । ପ୍ରାୟ ୭ ବର୍ଷ ତଳେ ଡେରାଡୁନରେ ଘଟିଥିବା ଅନୁପମା ପ୍ରଧାନ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟ, ସ୍ୱାମୀ ରାଜେଶ ଗୁଲାଟୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ବିଚାରପତି ବିନୋଦ କୁମାର ଏହି ମାମଲାରେ ଦେଣ୍ଡାଦେଶ ଶୁଣାଇବେ । ରାଜେଶ ଗୁଲାଟୀ, ତାଙ୍କ ପତ୍ନୀ ଅନୁପମାଙ୍କୁ ହତ୍ୟା କରିବା ପରେ ୭୦ ଖଣ୍ଡ କରି କାଟିବା ପରେ ଫ୍ରିଜରରେ ରଖିଥିଲେ ।

DEHRADUN MURDERପରେ ପୁଲିସ ଏସଂପର୍କରେ ସୁରାକ୍ ପାଇ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ କେବଳ ଉତରାଖଣ୍ଡ ନୁହେଁ ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଲା । ଅଭିଯୁକ୍ତ ରାଜେଶ ପେସାରେ ଇଂଜିନିୟର, ତାଙ୍କ ଘର ଦିଲ୍ଲୀର ସତ୍ୟ ନିକେତନ ଅଂଚଳରେ । ସେ ୧୯୯୯ ମସିହାରେ ଅନୁପମାଙ୍କୁ ବିବାହ କରିଥିଲେ । ପରେ ଉଭୟେ ଆମେରିକା ଚାଲିଯାଇଥିଲେ । ୨୦୦୮ରେ ତାଙ୍କର ଦୁଇଟି ଯାଆାଁଳା ସନ୍ତାନ ହୋଇଥିଲେ । ଆମେରିକାରୁ ଫେରି ଦିଲ୍ଲୀରେ ରହୁଥିବା ବେଳେ ୨୦୧୦ ଅକ୍ଟୋବର ୧୭ ତାରିଖ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣା ପରେ ତାଙ୍କୁ ହତ୍ୟା କରି ୭୦ ଖଣ୍ଡ କରଥିଲେ ।