ମାତାଲ ମଡେଲ କଲେ ହଙ୍ଗାମା : ଲିଫ୍ଟ ଭିତରେ ଖୋଲିଲେ ଡ୍ରେସ, ଆଶ୍ଚର୍ଯ୍ୟ ହୋଇଗଲା ମୁମ୍ବାଇ ପୁଲିସ

243

ମଡେଲଙ୍କ ହଙ୍ଗାମା । ଡେରାଡୁନ ମଡେଲଙ୍କ ମୁମ୍ବାଇର ଜନବହୁଳ ଓସିବାରା ଅଂଚଳରେ ଅଜବ ହଙ୍ଗାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲିଫ୍ଟ ଭିତରେ ନିଜର ଡ୍ରେସ ଖୋଲି ପକାଇଛନ୍ତି ମଡେଲ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ମୁମ୍ବାଇ ପୁଲିସ । ମଦ ପିଇ ମାତାଲ ଥିବା ଏହି ମଡେଲ ଫ୍ଲାଟର ଚୌକିଦାର ସିଗୋରଟ ନ ଆଣିବାରୁ ଏଭଳି ହଙ୍ଗାମା କରିଛନ୍ତି । ଆଉ ପୁଲିସ ପହଂଚିଯିବା ପରେ ସେ ଅର୍ଧନଗ୍ନ ହୋଇ ସେଠାରୁ ଖସି ଯିବାକୁ ପ୍ରୟାସ କରିଛନ୍ତି । ଗତ ୨୫ ଅକ୍ଟୋବରର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହିଦିନ ସଂପୃକ୍ତ ମଡେଲ ମାତାଲ ହୋଇ ପ୍ଲାଟ ତଳକୁ ଆସି ଚୌକିଦାରକୁ ସିଗାରେଟ ଆଣିବାକୁ କହିଥିଲେ । ଆଉ ଚୌକିଦାର ସିଗାରେଟ ଆଣିବାକୁ ମନାକରିଦେବା ପରେ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି ।

ଏ ନେଇ ଉଭୟ ମଡେଲ ଓ ପ୍ଲାଟ ସୋସାଇଟି ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଆଉ ପୋଲିସ ପଂହଚିବା ପରେ ମଡେଲ ପୁଣି ନିଜର ଡ୍ରାମା ଆରମ୍ଭ କରିଥିଲେ । ପୋଲିସ ସଂପୃକ୍ତ ମଡେଲକୁ ପୋଲିସ ଷ୍ଟେସନ ନେବାକୁ ଚାହୁଁଥିଲା । କିନ୍ତୁ ସଂପୃକ୍ତ ମଡେଲ ଲିଫଟରୁ ବାହାରକୁ ଆସିନଥିଲେ ଓ ପୋଲିସକୁ ଗାଳି ଦେଇଥିଲେ । କେବଳ ଏତିକି ନୁହେଁ ପୋଲିସ ଆଗରେ ନିଜକ ପୋଷାକ ମଧ୍ୟ ବାହାର କରିଥିଲେ । ତେବେ ମହିଳା କନଷ୍ଟେବଳ ନଥିବାରୁ ସଂପୃକ୍ତ ମଡଲେକୁ ଥାନାକୁ ନନେଇ ପୋଲିସ ଖାଲି ହାତରେ ଚାଲିଯାଇଥିଲା ସୋସିଅ।ଲ ମିଡିଆରେ ପୁରା ଘଟଣାକ୍ରମ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଏହି ମାମଲାର ସଂପୃକ୍ତ ମଡେଲଙ୍କ କଥା କିନ୍ତୁ ଅଲଗା । ସେ ଅଭିଯୋଗ ଆଣିଛନ୍ତି, ଚୌକିଦାର ତାଙ୍କ ସହ ଖରାପ ବ୍ୟବହାର କରିଥିଲା । ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି କିଏ ସହାୟତା ନ କରିବାକୁ ସେ ପୋଲିସକୁ ଡାକିଥିଲେ ଆଉ ପୋଲିସକୁ ସବୁକଥା କହିଥିଲେ । କିନ୍ତୁ ଆର୍ପାଟମେଂଟର ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରେ ସ୍ପଷ୍ଟ ଜଣାପଡୁଛି ଯେ, ମଡେଲ ଜଣକ ସିକ୍ୟୁରିଟି ଗାର୍ଡକୁ ଚାପୁଡା ମାରିବା ସହ ମାରପିଟ କରିଛନ୍ତି । ପୋଲିସ ପହଂଚିବା ପରେ ତାଙ୍କୁ ଥାନାକୁ ଯିବାକୁ କହିଥିଲେ । କିନ୍ତୁ ସେ ଥାନାକୁ ନଯାଇ ତାଙ୍କ ଓକିଲଙ୍କ ସହ କଥା ହେବାକୁ କହିଥିଲେ । ତାସତ୍ୱେ ପୋଲିସ ଥାନାକୁ ଯିବା ଲାଗି ଚାପ ପକାଇଥିଲା । କିନ୍ତୁ ସେ ଏହାକୁ ନ ମାନି କାଲି ଯିବେ ବୋଲି କହିଥିଲେ ।