ଅଧିକାରୀ ଏବଂ ଯବାନଙ୍କ ଅଭାବରୁ ଚିନ୍ତାରେ ରହିଛି ଭାରତୀୟ ସେନା : ରକ୍ଷାମନ୍ତ୍ରୀ ରାଜନାଥ ସିଂହ

166

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ରାଜ୍ୟସଭାରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ ଭାରତୀୟ ସେନାରେ ଯବାନ ଏବଂ ଅଧିକାରୀଙ୍କ ସଂଖ୍ୟା କମ୍ ରହିଛି । ସେ ଲିଖିତ ଉତ୍ତର ଦେଇ କହିଥିଲେ ଯେ ସ୍ଥଳସେନାରେ ୪୫ ହଜାରରୁ ଅଧିକ ଯବାନଙ୍କ ସଂଖ୍ୟା କମ୍ ରହିଛି । ଏଥିରେ ଲେଫ୍ଟିନାଣ୍ଟ୍ ର‌୍ୟାଙ୍କ୍ ରୁ ଉପରେ ୭୦୦୦ ରୁ ଅଧିକ ଅଧିକାରୀଙ୍କ ଅଭାବ ରହିଛି । ଗୃହମନ୍ତ୍ରୀଙ୍କ କହିବାନୁସାରେ ଜାନୁୟାରୀ ୧ ,୨୦୧୯ ପର୍ଯ୍ୟନ୍ତ ଲେଫ୍ଟିନାଣ୍ଟ୍ ଉପରକୁ ଥିବା ର‌୍ୟାଙ୍କ୍ ର ୭୩୯୯ ପଦ ସମେତ ମୋଟ ୪୫୬୩୪ ପଦ ଖାଲି ଅଛି ।

୮୦ ଭର୍ତ୍ତି ଶିବିର ଲଗାଇବା ପାଇଁ ଯୋଜନା :

ସଂସଦରେ ରାଜନାଥ ସିଂହ କହିଥିଲେ ଗତ ୩ ବର୍ଷ ସମୟରେ ଦେଶର ବିଭିନ୍ନ ସ୍ଥାନରେ ୨୦୦ ରୁ ଅଧିକ ଭର୍ତ୍ତି ଶିବିର ଲଗାଯିବ । ଚଳିତ ବର୍ଷ ୧୨ ଟି ଶିବିର ଲଗାଯାଇଛି ଏବଂ ୮୦ ଟି ଶିବିର ଲଗାଯିବାକୁ ପ୍ଲାନିଙ୍ଗ୍ ରହିଛି । ସେ କହିଛନ୍ତି ଯେ ସେନାରେ ଭର୍ତ୍ତି ହେଉଛି ଏକ ନିୟମିତ ପ୍ରକ୍ରିୟା । ସମୟ ସମୟରେ ଏହି ବିଭାଗରେ ଭର୍ତ୍ତି ହୋଇଥାଏ । ସେନାର ଚୟନ ପ୍ରକ୍ରିୟା ଖୁବ୍ କଠିନ । ରକ୍ଷାମନ୍ତ୍ରୀ କହିଛନ୍ତି ସେନା କ୍ୱାଲିଟିରେ କେବେ ଅଭାବ ରଖେନାହିଁ । ଏଭଳି ସମୟରେ ସେନାରେ ସାମିଲ ହେଉଥିବା ଯବାନଙ୍କ ପାଇଁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡେ । ସେନା ଯୁବକଙ୍କୁ ଆର୍ମିରେ ଭର୍ତ୍ତି ହେବା ପାଇଁ ଆକର୍ଷିତ କରିବା ପାଇଁ ଖର୍ଚ୍ଚ ମଧ୍ୟ କରିଥାଏ ।