ସାବାଡ ହେବ ଚୀନ ଓ ପାକିସ୍ତାନ । ଭାରତୀୟ ନୌସେନାକୁ ମିଳିବ ୧୧୧ଟି ନୂଆ ହେଲିକପ୍ଟର, ୨୧ ହଜାର କୋଟି ମଞ୍ଜୁର କଲା ପ୍ରତିରକ୍ଷା ମନ୍ତ୍ରାଳୟ

51

ସାବାଡ ହେବେ ଚୀନ ଓ ପାକିସ୍ତାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଏଥିପାଇଁ ଏକ ବଡ ଘୋଷଣା କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ନୌସେନା ପାଇଁ ୧୧୧ଟି ବହୁଉଦ୍ଦେଶୀୟ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଆଉ ଏଥିପାଇଁ ପାଖାପାଖି ୨୧,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

ରକ୍ଷା ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆବଶ୍ୟକୀୟ ଯୁଦ୍ଧ ସାମଗ୍ରୀ କିଣିବା ପାଇଁ ପାଖାପାଖି ୪୬,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଯେଉଁଥିରେ ହେଲିକପ୍ଟର ବ୍ୟତୀତ ଅନ୍ୟ ଯୁଦ୍ଧ ସରଞ୍ଜାମ କିଣାଯିବ ବୋଲି ଡିଏସି ବୈଠକରେ ନିଷ୍ପତି ନିଆଯାଇଛି । ସ୍ଥ୍ଳସେନା ପାଇଁ ୧୫୦ଟି ସ୍ୱଦେଶୀ ଜ୍ଞାନକୌଶଳ ଓ ଡିଜାଇନର ୧୫୫ ଏମଏମର ତୋପ କିଣିବାକୁ ପ୍ରସ୍ତାବ ଦିଆଯାଇଛି ।ଯାହାର ଆନୁମାନିକ ମୂଲ୍ୟ ୩,୩୬୪ କୋଟି ଟଙ୍କା ରହିଛି ।

ଏହାପୂର୍ବରୁ ଗତବର୍ଷ ରକ୍ଷା ମନ୍ତ୍ରାଳୟ ଭାରତୀୟ ନୌସେନା ପାଇଁ ୧୧୧ଟି ହେଲିକପ୍ଟର ପାଇଁ ୨୧,୦୦୦ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଏହାସହ ଯୁଦ୍ଧପୋତ ନିମନ୍ତେ ୪୫୦ କୋଟି ଟଙ୍କାର ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଥିଲା ରକ୍ଷା ମନ୍ତ୍ରାଳୟ । ଦୀର୍ଘ ଦିନ ଧରି ଅଟକି ରହିଥିବା ଏହି ପ୍ରସ୍ତାବ ଉପରେ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋହର ବାଜିଥିଲା ।