ପ୍ରତିରକ୍ଷାମନ୍ତ୍ରୀ ଉଡାଇବେ ଲଢୁଆ ବିମାନ ! ଆଜି ସ୍ୱଦେଶୀ ଲଢୁଆ ବିମାନ ତେଜସ୍ କୁ ଉଡାଇବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ।

209

ପ୍ରଥମ ଥର ପାଇଁ ଦେଶର ପ୍ରତିରକ୍ଷାମନ୍ତ୍ରୀ କୌଣସି ଲଢୁଆ ବିମାନକୁ ଉଡାଇବାର ଖବର ଆସୁଛି । ବାଙ୍ଗାଲୋରରେ ସ୍ୱଦେଶୀ ଲଢୁଆ ବିମାନ ତେଜସ୍ କୁ ଗୁରୁବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ଉଡ଼ାଇବେ । ୩ ବର୍ଷ ପୂର୍ବେ ବାୟୁସେନାରେ ସାମିଲ୍ ହୋଇଥିବା ଲଢୁଆ ବିମାନ ତେଜସ୍ ର ଅପଗ୍ରେଡ୍ ଭର୍ସନ ଆସିବାକୁ ଯାଉଛି । ବାଙ୍ଗାଲୋରର୍ ସୁଲୁର୍ ଏୟାର୍ ଫୋର୍ସ ଷ୍ଟେସନ୍ ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ଉଡାଣ ଭରିବା ପାଇଁ ସମ୍ପୁର୍ଣ୍ଣ ଆୟୋଜନ କରାଯାଇଛି। ଏହା ଏକ ହାଲୁକା ଲଢୁଆ ବିମାନ ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପ୍ରସ୍ତୁତ କରିଛି । ୮୩ ତେଜସ୍ ବିମାନ ପାଇଁ ଏଚଏଏଲ୍ କୁ ପାଖାପାଖି ୪୫ ହଜାର କୋଟି ଟଙ୍କା ମିଳିବ । ତେବେ ତେଜସ୍ କୁ ପ୍ରତିରକ୍ଷାମନ୍ତ୍ରୀ ସେତେବେଳେ ଉଡାଇବାକୁ ଯାଉଛନ୍ତି ଯେତେବେଳେ ଏଚଏଏଲ୍ କୁ ଦେଶରେ ୮୩ ଏଲସିଏ ମାର୍କ ୧ ଏ ବିମାନ ନିର୍ମାଣ ପାଇଁ ୪୫ ହଜାର କୋଟି ଟଙ୍କାର ପରିଯୋଜନା ମିଳିବାକୁ ଯାଉଛି ।

ତେବେ ଏହାପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ସେପ୍ଟେମ୍ବର ୨୮ ରେ ଭାରତର କିବ-ସ୍ତରର ବିମାନ ବାହକ ପୋତ ଆଇଏନଏସ୍ ବିକ୍ରମାଦିତ୍ୟରେ ଆରବ ସାଗରରେ ପୁରା ଦିନ ବିତାଇବେ । ଏହାପୂର୍ବରୁ ଉକ୍ତ ଦିନ ନୌସେନାରେ ଆଇଏନଏସ୍ ଖଣ୍ଡେରୀକୁ ସାମିଲ୍ କରାଯିବ ।