ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସାମିଲ ହେବେ ତିନି ସେନାର ମୁଖ୍ୟ

148

ଘନ ଘନ ବୈଠକ ଡାକୁଛି ଭାରତ । ପାକିସ୍ତାନ ବିରୋଧରେ କଣ ହେବ ଭାରତର ପରବର୍ତ୍ତୀ ପଦକ୍ଷେପ । ଏନେଇ ସୁରକ୍ଷାର ସମୀକ୍ଷା କରିବାକୁ ବୈଠକ ଡାକିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ବୈଠକ ଡାକିଛନ୍ତି । ତିନି ସେନାର ପ୍ରମୁଖଙ୍କ ସହ ଏହି ବୈଠକ ହେବ । ଆଉ କିଛି ସମୟରେ ତିନି ସେନାମୁଖ୍ୟଙ୍କ ସହ ଆଲୋଚନା କରିବେ ନିର୍ମଳା । ଏହି ବୈଠକରେ ସୀମାର ପରିସ୍ଥିତି ଉପରେ ନଜର ରଖାଯିବ । ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ-କାଶ୍ମୀର ଯିବେ । ତାଙ୍କୁ ବର୍ଡରରେ ଏକ ବ୍ରିଜର ଉଦଘାଟନ କରିବାର ଅଛି ।

ସେପଟେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ସୁରକ୍ଷା ସମ୍ମିତି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ତିନି ସେନା ମୁଖ୍ୟଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ସାମିଲ ହେବେ । ଏହା ସହିତ ଗୃହମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।