୫ ବର୍ଷରେ ଭାରତ କିଣିବ ୧୯,୦୦୦ ବିଲିୟନର ଅସ୍ତ୍ରଶସ୍ତ୍ର! ଏବେ ଦୁନିଆର ନଜର ରହିଛି ଭାରତ ଉପରେ ।

43

ତାମିଲନାଡୁର କାଞ୍ଚୀପୁରମ୍ ଜିଲ୍ଲାର ତିରୁବେଦାନ୍ତୀଠାରେ ଭାରତର ଭବ୍ୟ ରକ୍ଷା ପ୍ରଦର୍ଶନୀ ଆରମ୍ଭ ହୋଇସାରିଛି । ପ୍ରଦର୍ଶନୀରେ ଘରୋଇ ରକ୍ଷା କମ୍ପାନୀ ସମେତ ଦୁନିଆର କୋଣ ଅନୁକୋଣରୁ ଆସିଥିବା ରକ୍ଷା କମ୍ପାନୀ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶିତ କରୁଛନ୍ତି । ୧୫୪ ବିଦେଶୀ ରକ୍ଷା ଉତ୍ପାଦ ସମେତ ୬୭୦ ଅନ୍ୟ ରକ୍ଷା କମ୍ପାନୀ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି । ଆସନ୍ତୁ ଏହି ଖବର ଉପରେ ଅଧିକ ନଜର ପକାଇବା ।
ସୁଚନା ରହିଛି ଯେ ଭାରତ ୫ ବର୍ଷ ମଧ୍ୟରେ ପ୍ରାୟ ୩୦୦ ଡଲାର (୧୯,୦୦୦ ବିଲିୟନ)ର ରକ୍ଷା ଉପକରଣ କିଣିବାର ଯୋଜନା କରିଛି । ପ୍ରାୟତଃ ଦୁନିଆର ସବୁ କମ୍ପାନୀ ଏହି ଯୋଜନା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ଭାରତର ଦଶମ ରକ୍ଷା ପ୍ରଦର୍ଶନୀ । ଏହି ପ୍ରଦର୍ଶନୀ ଜରିଆରେ କେନ୍ଦ୍ର ସରକାର ଭାରତକୁ ସୈନ୍ୟ ଉତ୍ପାଦନ କେନ୍ଦ୍ର କରିବାରେ ଲାଗିପଡିଛି । ଭାରତର ସୈନ୍ୟଙ୍କୁ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି । ଯାହା ଏହି ପ୍ରଦର୍ଶନୀ ମାଧ୍ୟମରେ କିଣା ଯାଇପାରିବ । ଚତୁର୍ଥ ଦିବସର ଉଦଘାଟନୀ ଉତ୍ସବ ଏପ୍ରିଲ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ । ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ୍ ଟ୍ୱିଟ୍ କରି ଜଣାଇଛନ୍ତି ଯେ, “ପ୍ରଥମଥର ପାଇଁ ଡିଫେନ୍ସ ଏକ୍ସପୋଇଣ୍ଡିଆରେ ଭାରତ ନିଜ ରକ୍ଷା କ୍ଷମତାର ପ୍ରଦର୍ଶନ କରିବାକୁ ଯାଉଛି ।” ଏହି ପ୍ରଦର୍ଶନୀ ଉତ୍ସବରେ ସ୍ୱଦେଶୀ ଟେକନିକ୍ ଅସ୍ତ୍ରଶସ୍ତ୍ରକୁ ବିକଶିତ କରାଯାଇ ସୈନ୍ୟ ହେଲିକ୍ୟାପ୍ଟର, ମିସାଇଲ୍, ରକେଟ୍ , ଯୁଦ୍ଧ ଜାହାଜ ଭଳି ବଡ ବଡ ଅସ୍ତ୍ରଶସ୍ତ୍ର ମହଜୁଦ୍ ହୋଇ ରହିଅଛି ।