ଗୋଆ ଏୟାରପୋର୍ଟରେ ଯୁଦ୍ଧ ବିମାନ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ପାଇଲଟ । ବିମାନ ଚଳାଚଳ ବନ୍ଦ

58

କନକ ବ୍ୟୁରୋ : ଗୋଆ ଏୟାରପୋର୍ଟ ରନୱେରେ ଦୁର୍ଘଟଣାଗ୍ରସ୍ତ ।ମିଗ -୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ଗୋଆ ଏୟାରପୋର୍ଟ ବନ୍ଦ କରାଯାଇଥିବା ଜଣାପଡିଛି । ସେପଟେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମିଗ -୨୯ ଚଳାଉଥିବା ଟ୍ରେନି ପାଇଲଟ । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ରନୱେରେ ଦୁର୍ଘଟଣା ପରେ ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି ।

ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ଟି ବିମାନ ସହ ୧୪ ଜଣ ପାଇଲଟ ନିଖୋଜ ଅଛନ୍ତି ।