କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟରେ ଦେଶଦ୍ରୋହର ପୋଷ୍ଟର । ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶଦ୍ରୋହର ପୋଷ୍ଟର ନେଇ ଏବେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି । ଗୁରୁବାର ବିଶ୍ୱବିଦ୍ୟାଳୟରେ କାଶ୍ମୀର ପାଇଁ ସ୍ୱାଧୀନତା ଦାବି କରୁଥିବା ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର କିଛି ଛାତ୍ର ସ୍କୁଲ ଅଫ ସ୍ପେଶାଲ ସାଇନ୍ସ କାନ୍ଥରେ ଏଭଳି ପୋଷ୍ଟର ଦେଖିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ଜେଏନୟୁ କର୍ତ୍ତୃପକ୍ଷ କାଶ୍ମୀର ଓ ଫିଲିସ୍ତିନ ପାଇଁ ସ୍ୱାଧୀନତା ଦାବି କରୁଥିବା ଏହି ବିବାଦୀୟ ପୋଷ୍ଟରକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବିଶ୍ୱବିଦ୍ୟାଳୟ କାନ୍ଥରେ ବାମପନ୍ଥୀ ଦସ୍ତଖତ ଥିବା ଏହି ବିବାଦୀୟ ପୋଷ୍ଟର ଡେମୋକ୍ରେଟିକ ଷ୍ଟୁଡେଂଟ ୟୁନିୟନ ପକ୍ଷରୁ ଲଗାଯାଇଥିଲା । ପୋଷ୍ଟରକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଜେଏନୟୁ ପ୍ରଶାସନ ବିଶ୍ୱବିଦ୍ୟାଳୟ ସୁରକ୍ଷା ଟିମକୁ ତୁରନ୍ତ ଏହି ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।