ଭୁବନେଶ୍ୱର ମେୟରଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗ: ମାନହାନି ମକଦ୍ଦମା କଲେ ମେୟର

52

ଭୁବନେଶ୍ୱର : ବିଏମସି ମେୟରଙ୍କ ବିରୋଧରେ ହତ୍ୟା ଓ ସେକ୍ସ ଭିଡିଓକୁ ନେଇ ମାମଲା ପହଂଚିଛି କୋର୍ଟରେ । ଭିଡିଓ ଜାରି କରିଥିବା ନିଆଁଖୁଂଟାର ମୁଖ୍ୟ ଓ ଛାତ୍ର କଂଗ୍ରେସ ସଭାପତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ମିଥ୍ୟା ଭିଡିଓ ଜାରି କରି ତାଙ୍କ ସମ୍ମାନ ହାନୀ କରାଯାଇଛି ସେ କହିଛନ୍ତି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାନହାନୀ ଓ ଫୌଜଦାରୀ ମକଦ୍ଦମା କରିଛନ୍ତି ।

ତାଙ୍କ ବିରୋଧରେ ସମସ୍ତ ଅଭିଯୋଗ ମିଛ ଏବଂ କପୋଳକଳ୍ପିତ ବୋଲି କହିବା ସହ ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତିଙ୍କ ଗିରଫ ଦାବି କରିଛନ୍ତି ମେୟର । ଏଥିସହ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଂଟାର ସମ୍ପାଦକ ପ୍ରଦୀପ ପାଣ୍ଡେଙ୍କ ଗିରଫ ଦାବି କରିଛନ୍ତି । ୨୪ ଘଂଟା ମଧ୍ୟରେ ଏମାନଙ୍କୁ ଗିରଫ କରାନଗଲେ ମେୟର ଅନନ୍ତ ନାରାୟଣ ଜେନା ଓ ତାଙ୍କ ସମର୍ଥକ ଆନ୍ଦୋଳନକୁ ଓହ୍ଲାଇବେ କହିଛନ୍ତି ।