ସାମ୍ନାକୁ ଆସିଲା ଦୀପ୍-ବିରଙ୍କ ବିବାହ ତାରିଖ ! ଜାଣନ୍ତୁ କେବେ ଓ କେଉଁଠି କରିବେ ବିବାହ । 

40

ବଲିଉଡର ଲୋକପ୍ରିୟ ଯୋଡି ଦୀପିକା ପାଦୁକୋନ୍ ଓ ରଣବୀର୍ ସିଂଙ୍କ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚା । ଦୁହିଁଙ୍କ ବିଷୟରେ ଅନେକ ଖବର ଶୁଣିବାକୁ ମିଳେ । ଏବେ ଏହି କପଲଙ୍କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ଏହି ଯୋଡିଙ୍କ ବିବାହର ଦିନ ଧାର୍ୟ୍ୟ ହୋଇଥିବା ଜଣା ପଡିଛି ।

ଶୁଣିବାକୁ ମିଳିଛି ନଭେମ୍ବର ୧୦ ତାରିଖରେ ଦୁହେଁ ବିବାହ କରିବେ । ଦୁହେଁ ନିଜ ବିବାହକୁ ନେଇ ବେଶ ଉତ୍ସାହିତ ଥିବା ସେମାନଙ୍କ ନିକଟ ବନ୍ଧୁଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ଏହି ପ୍ରେମୀ ଯୁଗଳଙ୍କ ବିବାହ କେଉଁଠି ହେବ ସେ ବିଷୟରେ କିଛି ବି ଖବର ମିଳିନି । ଶୁଣାଯାଉଛି ରଣବୀର ସ୍ୱିଜରଲ୍ୟାଣ୍ଡ ଟୁରିଜିମର ବ୍ରାଣ୍ଡ ଆମ୍ବାସେଡର୍ ଥିବାରୁ ବିବାହ ସ୍ୱିଜରଲ୍ୟାଣ୍ଡରେ ହୋଇପାରେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ସିମ୍ବାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ ରୋହିତ ଶେଟ୍ଟୀ ଏବଂ କରଣ ଜୋହର ମିଳିତ ଭାବେ ନିର୍ମାଣ କରୁଛନ୍ତି । ଅନ୍ୟପକ୍ଷରେ ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପଦ୍ମାବତ’ରେ ଦେଖିବାକୁ ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।