“ବିବାହ ପାଇଁ ଏଯାଏଁ ଯୋଗ୍ୟ ହୋଇନି’ କହିଲେ ବଲିଉଡ ଦିବା ଦୀପିକା ପାଦୁକୋନ

32

ବଲିଉଡରେ କାମ କରିବା ସହ ହଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ବିଗତ କିଛି ଦିନ ହେବ ଅଭିନେତା ରଣବୀର ସିଂଙ୍କୁ ଡେଟ କରୁଛନ୍ତି । ଉଭୟଙ୍କ ଭଲପାଇବାର ଚର୍ଚ୍ଚା କେବଳ ବଲିଉଡ ଜଗତରେ ନୁହେଁ ସାଧାରଣରେ ମଧ୍ୟ ବହୁ ଚର୍ଚ୍ଚିତ । କିନ୍ତୁ ଯେତେବେଳେ ବିବାହ ନେଇ ପ୍ରଶ୍ନ ଉଠିଛି, ଉଭୟେ ଏକଥାକୁ ଅଣଦେଖା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଦୀପିକା ରଣବୀରଙ୍କ ସହ ବିବାହ ନେଇ ଖୋଲାଖୋଲି କଥା ହୋଇଛନ୍ତି ।

ସେ ଉକ୍ତ ସାକ୍ଷାତାରରେ ସ୍ପଷ୍ଟ କରିଛନ୍ତି ସେ ଏବେ ବିବାହ ପାଇଁ ଯୋଗ୍ୟ ହୋଇ ନାହାନ୍ତି । ଦୀପିକା କହିଛନ୍ତି ବିବାହ ସହିତ ବୟସର କୈାଣସ ସଂପର୍କ ନାହିଁ । ବିବାହରେ ଦୁଇଟି ପରିବାର, ଲୋକ , ମନ, ଆତ୍ମା ଆଦି ଯୋଡି ହୋଇଯାଏ । ଏବେ ସେ ତାଙ୍କର ସମସ୍ତ ଧ୍ୟାନ ତାଙ୍କ ସିନେ କ୍ୟାରିଅର ଉପରେ ଦେବାକୁ ଚାହୁଁଛନ୍ତି । ଏ ନିଷ୍ପତି ନେଇ ଦୀପିକା, ରଣବୀରଙ୍କ ଉପରେ ପୁରା ବିଶ୍ୱାସ କରନ୍ତି ଯେ ସେ ଏକଥା ବୁଝିବେ ଓ ତାଙ୍କର ସମର୍ଥନ କରିବେ ।