ବେଙ୍ଗାଲୁରୁ ପହଂଚିଲେ ଦୀପିକା-ରଣବୀର : ଷ୍ଟାର ହୋଟେଲରେ ଆଜି ଦୀପବୀରଙ୍କ ୱେଡିଙ୍ଗ ରିସେପସନ୍

୨୮ରେ ମୁମ୍ବାଇରେ ଆଉ ଏକ ଗ୍ରାଣ୍ଡ ଭୋଜି ।

136

ଆଜି ବାଙ୍ଗାଲୁରରେ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ରିସେପ୍ସନ ପାର୍ଟି । ବାଙ୍ଗାଲୁରୁର ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଏହି ରିସେପ୍ସନ ପାର୍ଟି ରଖାଯାଇଛି । ଦୀପିକାଙ୍କ ପରିବାର ପକ୍ଷରୁ ଏହି ପାର୍ଟି ରଖାଯାଇଛି । ଏଥିପାଇଁ ଗତକାଲିଠାରୁ ବାଙ୍ଗାଲୁରରେ ପହଂଚିସାରିଛନ୍ତି ଦୀପବୀର । ଉଭୟଙ୍କୁ ସ୍ୱାଗତ କରିବା ପାଇଁ ଦୀପିକାଙ୍କ ଘର ସଜେଇ ହୋଇରହିଥିଲା ।

ତେବେ ଆଜିର ପାର୍ଟିରେ କେବଳ ଦୀପିକାଙ୍କ ନିକଟ ସମ୍ପର୍କୀୟ, ତାଙ୍କ ପରିବାରର ସମ୍ପର୍କୀୟ ଓ ସାଙ୍ଗସାଥୀ ସାମିଲ ହେବେ । ୨୮ ତାରିଖରେ ମୁମ୍ବାଇରେ ଆଉ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ରଖାଯାଇଛି । ଯେଉଁଥିରେ କେବଳ ବଲିଉଡ ଷ୍ଟାର ହିଁ ସାମିଲ ହେବେ । ଗତ ନଭେମ୍ବର ୧୪ ଏବଂ ୧୫ ତାରିଖରେ ଦୁହେଁ ଇଟାଲୀରେ ଲେକ୍ କୋମୋରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କୋଙ୍କଣୀ ଓ ସିନ୍ଧି ରୀତିନିତିରେ ବିବାହ ଅନୁଷ୍ଠିତ ହୋଇଥିଲା ।