ଦୀପବୀରଙ୍କ ବାହାଘର ରିସେପସନରେ ବିଗ୍-ବି ଲଗାଇଲେ ଠୁମକା ! ଭିଡିଓ ହେଲା ଭାଇରାଲ , ଦେଖନ୍ତୁ ଭିଡିଓ

214

ମୁମ୍ବାଇରେ ବଲିଉଡର ସ୍ୱିଟ୍ ଏବଂ ହିଟ୍ କପଲ୍ ବୋଲାଉଥିବା ରଣବୀର ସିଂହ ଓ ଦୀପିକା ପାଦୁକୋନ ଦେଇଛନ୍ତି ତୃତୀୟ ରିସେପସନ ପାର୍ଟି । ଆଉ ଏଥିରେ ସାମିଲ ହୋଇଥିଲା ପୂରା ବଲିଉଡ । ମୁମ୍ବାଇର ତାରକା ହୋଟେଲ ଗ୍ରାଣ୍ଡ ହୟାତରେ ଏହି ପାର୍ଟି ହୋଇଥିଲା । ଏଥିରେ ଅମିତାଭ ବଚ୍ଚନ, ରେଖା, ଅନୁଷ୍କା ଶର୍ମା ଓ ଅନୀଲ କପୁରଙ୍କ ଭଳି ସେଲିବ୍ରିଟି ସାମିଲ ହୋଇଥିଲେ । ସବୁଠାରୁ ବଡ କଥା ହେଲା , ପାର୍ଟିରେ ଠୁମକା ଲଗାଇଥିଲେ ଅମିତାଭ ବଚ୍ଚନ ।

ଫିଲ୍ମ ହମର ପ୍ରସିଦ୍ଧ ଟ୍ରାକରେ ନାଚିଥିଲେ ବିଗବି । ଜୁମା ଚୁମା ଦେ ଦେ ଗୀତରେ ବଚ୍ଚନ ଖୁବ୍ ନାଚିଲେ । ନିଜ ପୁରା ପରିବାର ସହ ସେ ଏହି ପାର୍ଟିରେ ସାମିଲ ହୋଇଥିଲେ । ବାହାଘରରେ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ ଦୀପବୀର । କିନ୍ତୁ ଶନିବାରର ତୃତୀୟ ରିସେପସନ ପାର୍ଟିରେ ୱେଷ୍ଟର୍ଣ୍ଣ ଡ୍ରେସକୋଡରେ ନଜର ଆସିଥିଲେ ଏହି ନବବିବାହିତ ଯୋଡି ।