ବଢିଲା ଦୀପିକାଙ୍କ ଚାହିଦା ! ଚହଳ ସୃଷ୍ଟି କଲା ଡିମ୍ପଲ୍ ସୁନ୍ଦରୀଙ୍କ ଗ୍ଲାମରସ୍ ଲୁକ୍

53

ମାଗାଜିନରେ ବଲିଉଡ୍ ମସ୍ତାନୀଙ୍କ ଗ୍ଲାମରସ୍ ଅବତାର । ଭୋଗ୍ ଇଣ୍ଡିଆ ମାଗାଜିନ୍ ପାଇଁ କଭର୍ ଗାର୍ଲ ସାଜିଛନ୍ତି ବଲିଉଡ୍ର ଏହି ଡିମ୍ପଲ କୁଇନ୍ । ଚଳଚ୍ଚିତ୍ର ପଦ୍ମାବତରେ, ପଦ୍ମାବତୀ ଚରିତ୍ରକୁ ବେଶ ପ୍ରଂଶସା ମିଳିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଚାହିଦା ଆହୁରି ବୃଦ୍ଧି ପାଇ ଯାଇଛି । ଆଉ ତାଙ୍କୁ ଏବେ ବିଭିନ୍ନ ମାଗାଜିନରେ କଭର୍ ଗାର୍ଲ ସାଜିବା ପାଇଁ ଅଫର୍ ପରେ ଅଫର୍ ଆସୁଛି । ତେବେ ନିକଟରେ ଭୋଗ୍ ଇଣ୍ଡିଆ ମାଗାଜିନ୍ ପାଇଁ ଫଟୋସୁଟ୍ କରାଇଛନ୍ତି ଏହି ସୁନ୍ଦରୀ ।

ବଲିଉଡ୍ ଡିବା ଦୀପିକା ପାଦୁକୋଣ ନିକଟରେ ଭୋଗ ଇଣ୍ଡିଆ ମାଗାଜିନ୍ ପାଇଁ ଫଟୋସୁଟ୍ କରିବାରେ ନଜର ଆସିଥିଲେ । ତେବେ ଫଟୋସୁଟ୍ କରିବା ସମୟରେ ବେଶ୍ ମସ୍ତି ମୁଡରେ ଦେଖିବାକୁ ମିଳିଛି ଏହି ଦକ୍ଷୀଣି ସୁନ୍ଦରୀଙ୍କୁ । ଫଟୋସୁଟ୍ ସମୟରେ ନିଜ ବିଷୟରେ କିଛି ଅଜଣା କଥା ସେୟାର୍ କରିଛନ୍ତି ଏହି ଡିମ୍ପଲ୍ କୁଇନ୍ । ଭୋଗ୍ ଇଣ୍ଡିଆର ଫେବୃୟାରୀ ଏଡିସନ୍ ପାଇଁ କଭର୍ ଗର୍ଲ ସାଜିଥିଲେ ବଲିଉଡ୍ ସୁନ୍ଦରୀ ଦୀପିକା । ଆଉ ତାଙ୍କର ଏହି ଫଟୋସୁଟ୍ ଭଳି ତାଙ୍କ ଫଟୋଗ୍ରାଫ ଗୁଡିକ ବି ବେଶ୍ ଗ୍ଲାମରସ୍ ହୋଇ ପାରିଛି ।