ବିଦେଶରେ ହୋଇଥିବା ଅପମାନ ପାଇଁ ଦୀପିକା ନେଲେ ବଡ ନିଷ୍ପତି

29

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ନିଆରା ଷ୍ଟାଇଲ ଷ୍ଟେଟମେଂଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ନିକଟରେ ଏଇ ନିଆରା ବେଶଭୂଷା ପାଇଁ ସେ ବିଦେଶରେ ବେଶ ସମାଲୋଚନାର ଶିକାର ହୋଇଥିଲେ । ବିଦେଶରେ ହୋଇଥିବା ଏପରି ଅପମାନ ପାଇଁ ଦୀପିକା ଏକ ବଡ ନିଷ୍ପତି ନେଇଛନ୍ତି ବୋଲି ଖବର ମିଳିଛି । ଏହି ରିପୋର୍ଟଟି “ଅମର ଉଜାଲା’ରେ ପ୍ରକାଶିତ ହୋଇଛି ।

ନିକଟରେ ସେ ଏମଟିଭିର “ଇଉରୋପ ମ୍ୟୁଜିକ ଆୱାର୍ଡ’ ସୋରେ ମୋନିଷା ଜୈସିଙ୍ଗଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଥିଲେ । ଭାରତରେ ତାଙ୍କର ଏହି ବେଶଭୂଷାକୁ ପସନ୍ଦ କରିଥିଲେ ମଧ୍ୟ,ବିଦେଶରେ ତାଙ୍କର ଏପରି ବେଶଭୂଷାକୁ କେହି ବି ପସନ୍ଦ କରିନଥିଲେ ।

ଏହି କାରଣ ଯୋଗୁଁ ଦୀପିକା ତାଙ୍କର ସବୁ ରାଗ ଦେଖେଇଛନ୍ତି ନିଜ ଷ୍ଟାଇଲିଷ୍ଟ ଉପରେ । ଭବିଷ୍ୟତରେ ଆଉଥରେ ଏପରି ଭୂଲ ନହେବା ପାଇଁ ସେ ନିଜପାଇଁ ଜଣେ ନୂତନ ଆନ୍ତର୍ଜାତୀୟ ଷ୍ଟାଇଲିଷ୍ଟକୁ ରଖିବେ ବୋଲି ଜଣା ପଡିଛି ।