ଅପେକ୍ଷାର ହେଲା ଅନ୍ତ : ଆଜି ଏହି ସମୟରେ ବିବାହର ପ୍ରଥମ ଫଟୋ ସେୟାର କରିବେ ଦୀପିକା ଓ ରଣବୀର

ଏହି ସମୟରେ ବିବାହର ଫଟୋ ସେୟାର କରିବେ ଦୀପବୀର

126

ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି, ପତି-ପତ୍ନୀ ହୋଇସାରିଛନ୍ତି । ଦୁହେଁ ବୁଧବାର କୋଙ୍କଣୀ ପରମ୍ପରାରେ ବିବାହ କରିଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ ଉତ୍ସୁକ ଅଛନ୍ତି । ଲୋକେ ଉତ୍ସାହର ସହିତ ଦୀପବୀରଙ୍କ ଅଫିସିଆଲ ୱେଡିଂ ଫଟୋକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏବେ ଲାଗୁଛି କି ଦୀପବୀରଙ୍କ ଫ୍ୟାନ୍ସଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ଖବର ଅନୁସାରେ ଏହି ଦୁଇ କପଲ ଗୁରୁବାର ଅର୍ଥାତ ଆଜି ସଂଧ୍ୟା ୬ଟାରେ ବିବାହର ଅଫିସିଆଲ ଫଟୋ ସେୟାର କରିବେ ।

ଖବର ଅନୁସାରେ, ଦୀପବୀର ସୋସିଆଲ ମିଡିଆରେ ନିଜ ବିବାହର ଫଟୋ ସେୟାର କରିବେ । ଏହି ବିବାହକୁ ବିଶାଲ ପଂଜାବୀ ସୁଟ କରୁଛନ୍ତି । ଆଜି ସିନ୍ଧି ରୀତିନୀତି ଅନୁଯାୟୀ ବିବାହ କରିବା ପରେ ଦୁହେଁ ଫ୍ୟାନ୍ସଙ୍କ ସହିତ ବିବାହ ଫଟୋ ସେୟାର କରିବେ । ୧୪ ନଭେମ୍ବରରେ ଦୁହେଁ କୋଙ୍କଣୀ ରୀତିନୀତିରେ ବିବାହ କରିଛନ୍ତି । ଖବର ଅନୁସାରେ ୨୧ ନଭେମ୍ବରରେ ଦୁହେଁ ବାଙ୍ଗାଲୁରୁରେ ଏବଂ ୨୮ ନଭେମ୍ବରରେ ମୁମ୍ବାଇରେ ରିସେପ୍ସନ ପାର୍ଟି ଦେବେ ।