ବିବାହ କରିବେ ବାଜିରାଓ-ମସ୍ତାନୀ ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ଦୀପିକା ରଣବୀରଙ୍କ ବିବାହ କାର୍ଡ଼

41

ଅନେକ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ବିବାହ କରିବେ ବାଜିରାଓ ମସ୍ତାନୀ । ୪ବର୍ଷର ଡ଼େଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ସିଂ, ଦୀପିକା ପାଦୁକୋନ । ବିଟାଉନରେ ଏହି ଷ୍ଟାରଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ଏହି ଯୋଡ଼ି ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର । ଖବର ଏପରି ଥିଲା କି ଯାହାକୁ ଜାଣିବା ପରେ ଫ୍ୟାନ୍ସ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଅଭିନେତ୍ରୀ ଦୀପିକା ପାଦୁକନ ସୋସିଆଲ ମିଡ଼ିଆରେ ତାଙ୍କ ବିବାହର ଡ଼େଟ ଘୋଷଣା କରିଛନ୍ତି । ନଭେମ୍ବର ୧୪,୧୫ ରେ ଦୀପିକା ରଣବୀର ବିବାହ ବନ୍ଧନରେ ଆବଦ୍ଧ ହେବାର ଖବର ଦୀପିକା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଏହି ପୋଷ୍ଟ ସେୟାର ପରେ ଦୀପିକାଙ୍କ ରଣବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଷ୍ଟାରକାଷ୍ଟ, ଫ୍ୟାନ୍ସ ଫଲୋଇଂଗ । ତାଙ୍କ ଯୋଡ଼ିକୁ ପ୍ରଶଂସକଙ୍କ ଅନେକ ଭଲପାଇବା ମିଳିଛି । ଏହି ଭଲପାଇବା ସଂପର୍କକୁ ଆଉ ପାଦେ ଆଗକୁ ନେଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର-ଦୀପିକା । ଖବର ରହିଛି କି ଦୁଇତାରକାଙ୍କ ବିବାହ ଉତ୍ସବ ଇଟାଲୀରେ କରାଯିବ । ବିବାହର ସମସ୍ତ କାର୍ଯ୍ୟ ବ୍ୟକ୍ତିଗତ ରହିବ ବୋଲି ମଧ୍ୟ ସୂଚନା ରହିଛି । ରଣବୀର କପୁର ସହ ରିଲେସନସିପ ଭାଙ୍ଗିବା ପରେ ରଣବୀର ସିଂଙ୍କୁ ଡେଟ୍ କରୁଥିଲେ ଦୀପିକା । ‘ଗୋଲିୟୋ କି ରାସଲୀଲା ରାମଲୀଲା’ରୁ ଏହି ଦୁଇ ଯୋଡ଼ି ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା ଯାହା ବିବାହର ରୂପ ନେବାକୁ ଯାଉଛି ।