ରିଲ ନୁହଁ ରିଅଲରେ ବାହାହେବେ ଦୀପବୀର ଯୋଡି ! ଜାଣନ୍ତୁ କେଉଁ ମାସରେ ହେବ ବିବାହ ?

27

ବଲିଉଡର ଲଭବାର୍ଡ ଭାବେ ପରିଚିତ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପରଦାରେ ପସନ୍ଦ କରିବା ସହ ପରଦା ବାହାରେ ମଧ୍ୟ ବେଶ ପସନ୍ଦ କରାଯାଉଛି । ଦୁହିଁଙ୍କ ଭିତରେ ଥିବା କେମେଷ୍ଟ୍ରି ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । ନିକଟରେ ଦୁହିଁଙ୍କ ବିବାହକୁ ନେଇ ବି ଟାଉନରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ବର୍ତ୍ତମାନ ଏହା ଯେମିତି ସତ ହେବାକୁ ଯାଉଛି । ସୁଚନା ଅନୁସାରେ ଦୁହିଁଙ୍କ ପରିବାର ଚଳିତ ବର୍ଷ ବିବାହ ପାଇଁ ଚାରୋଟି ତାରିଖ ବାହାର କରିଥିବା ବେଳେ ସେଥିରେ ଦୀପବୀରଙ୍କ ମୋହର ଲାଗିବା ବାକି ଅଛି ।

ranveer-deepika

ଖବର ମୁତାବକ ଏହି ଲଭବାର୍ଡ ନିକଟରେ ମାଳଦ୍ୱୀପ ଛୁଟି କଟାଇବାକୁ ଯାଇଥିଲେ । ଏହି ସମୟ ମଧ୍ୟରେ ଦୁହିଁଙ୍କ ପରିବାରଙ୍କୁ ମିଳାମିଶା କରିବା ଦେଖାଯାଉଥିଲା । ପରିବାର ସହମତିରେ ସେପ୍ଟେମ୍ବର ଏବଂ ଡିସେମ୍ବର ମାସରେ ବିବାହ ପାଇଁ ତାରିଖ ନିର୍ଣ୍ଣୟ କରାଯାଇଛି । ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ହେବ ଏବଂ ବିବାହରେ କେବଳ ପରିବାର ଏବଂ ଅନ୍ତରଙ୍ଗ ବନ୍ଧୁଙ୍କୁ ହିଁ ନିମନ୍ତ୍ରଣ କରାଯିବ ।

ସୁଚନାନୁସାରେ ବିରୁଷ୍କାଙ୍କ ପରି ଦୀପବୀର ମଧ୍ୟ ଡେଷ୍ଟିନେସନ ବିବାହ କରିବା ପାଇଁ ଚାହୁଁଥିଲେ କିନ୍ତୁ ପରିବାର ଅମଙ୍ଗ ହେବାରୁ ଏବେ ମୁମ୍ବାଇରେ ହିଁ ସାହାନାଇ ବାଜିବ । ନିକଟରେ ଫିଲ୍ମରୁ ବିରତି ନେଇ ଦୀପିକା ନିଜ ମା’ ଏବଂ ଭଉଣୀଙ୍କ ସହ ଗହଣା କିଣିବାରେ ବ୍ୟସ୍ତ ଥିଲେ । ବ୍ୟାକପେନ କାରଣରୁ ସେ କିଛି ଦିନ ପାଇଁ ସିନେମାରୁ ବିରତି ନେଇଥିବା ବେଳେ ରଣବୀର ଗଲ୍ଲୀବଏର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତିି ।