ଅନଲାଇନ୍ ଲିକ୍ ହୋଇଛି କି ଫିଲ୍ମ ‘ପଦ୍ମାବତୀ’ ! ୟୁ-ଟ୍ୟୁବରେ ଅପଲୋଡ୍ ହେଉଛି ଏମିତି ଭିଡ଼ିଓ

34

ଫିଲ୍ମ ‘ପଦ୍ମାବତୀ’ ବିବାଦ ଏକ ରାଷ୍ଟ୍ରୀୟ ବିବାଦ ପାଲଟିଯାଇଛି । ଏବେ ବି କୌଣସି ସମାଧାନର ସୂତ୍ର ବାହାରିପାରିନି । ଦିନକୁ ଦିନ ଏହି ବିବାଦ ତୀବ୍ର ହେବାରେ ଲାଗିଛି । ତେଣୁ ଡିସେମ୍ବର ୧କୁ ରିଲିଜ ହେବାକୁ ଥିଲେ ମଧ୍ୟ ଫିଲ୍ମର ରିଲିଜ ଡେଟକୁ ସ୍ଥଗିତ ରଖାଯାଇଛି । ରାଜସ୍ଥାନର କରଣୀ ସେନା ଫିଲ୍ମକୁ ବ୍ୟାନ୍ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ସଂଗଠନ ମଧ୍ୟ ଫିଲ୍ମକୁ ବିରୋଧ କରୁଛନ୍ତି । ଫିଲ୍ମକୁ ଏପର୍ଯ୍ୟନ୍ତ ସେନ୍ସର ବୋର୍ଡ଼ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିନଥିବାରୁ ନିର୍ମାତା ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିପାରୁନାହାନ୍ତି । ତେଣୁ ଫିଲ୍ମକୁ ଦେଖିବାକୁ ଉତ୍ସୁକ ବ୍ୟକ୍ତିମାନେ ନିରାଶ ହୋଇଛନ୍ତି ।

ଫିଲ୍ମ ବିବାଦ ମଧ୍ୟରେ ରହିଥିବାରୁ କିଛିଲୋକ ଏହାର ଫାଇଦା ଉଠାଇବାରେ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ପଦ୍ମାବତୀ ନାମରେ ଫେକ୍ ଭିଡିଓ ତିଆରି କରି ୟୁଟ୍ୟୁବ୍ରେ ଅପ୍ଲୋଡ କରାଯାଉଛି ଏବଂ ଏହି ଭିଡିଓକୁ ଲୋକ ବହୁମାତ୍ରରେ ଦେଖୁଛନ୍ତି । ତେଣୁ ଫିଲ୍ମ ଲିକ୍ ହୋଇଛି ବୋଲି ବ୍ୟବହାରକାରୀମାନେ ସନ୍ଦେହ କରୁଛନ୍ତି । ଏହି ଫେକ୍ ଭିଡିଓ ପାଇଁ ଲୋକଙ୍କ ମଧ୍ୟରେ ଚହଳ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଫିଲ୍ମ ଅନଲାଇନରେ ଉପଲବ୍ଧ ହୋଇନାହିଁ ଏବଂ ପୂର୍ବପରି ସୁରକ୍ଷିତ ରହିଛି । ତେବେ ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଫିଲ୍ମ ପଦ୍ମାବତୀ ଗୀତରେ ଘୂମର ନୃତ୍ୟକରି ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିବାରୁ ସ୍ଥାନୀୟ ନେତା ତାଙ୍କୁ ନିନ୍ଦା କରିଛନ୍ତି ।