କିଏ ହେବ ଶାହାରୁଖଙ୍କ ନାୟିକା ? ଦୀପିକା ଏବଂ କାଟ୍ରିନାଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍

28

ବଲିଉଡ ଜଗତର ଦୁଇ ହଟ୍ ନାୟିକା ମଧ୍ୟରେ ଚାଲିଛି ଏବେ କ୍ୟାଟ ଫାଇଟ୍ । ସେ ପୁଣି ଏକ ସିନେମା ପାଇଁ । ଏଠାରେ ଆମେ ଦୀପିକା ଏବଂ କାଟ୍ରିନା କୈଫଙ୍କ ସଂପର୍କରେ କହୁଛୁ । ନିକଟରେ ଆସୁଥିବା ଏକ ସିନେମା ତଥା ଆନନ୍ଦ ଏଲ ରାୟଙ୍କ ଅନଟାଇଟେଲ ସିନେମାରେ ଅଭିନୟ କରିବା ପାଇଁ ଏବେ ଦୁଇ ଜଣଙ୍କ ମଧ୍ୟରେ ଦେଖାଦେଇଛି ଘମାଘୋଟ ଲଢେଇ । ତେବେ ଏଥିରେ ନାୟକ ଭୂମିକାରେ ନଜର ଆସିବେ ଶାହରୁଖ ଖାନ୍ ।

ସୂଚନା ମୁତାବକ, ପ୍ରଥମେ ଏହି ସିନେମାରେ ନାୟିକା ଭୂମିକା ପାଇଁ ଦୀପିକାଙ୍କୁ ଅଫର୍ ଦିଆଯାଇଥିଲା । କିନ୍ତୁ ସେ ନିଜର ହଲିଉଡ୍ ସିନେମାରେ ବ୍ୟସ୍ତ ଥିବା ହେତୁ ତାକୁ ପ୍ରତ୍ୟାଖାନ କରିଥିଲେ । ଏହାପରେ ଏହି ଅଫରଟିକୁ କାଟ୍ରିନାଙ୍କୁ ଦିଆଯାଇଥିଲା । ସେ ମଧ୍ୟ କିଛି ସମୟ ନେଇଥିଲେ ମାତ୍ର ସିନେମାର ନିର୍ଦ୍ଦେଶକ କାଟ୍ରିନାଙ୍କୁ ନେବା ପାଇଁ ସ୍ଥିର କରିଦେଇଥିଲେ । କିନ୍ତୁ ଏକଥା ଖବର ପାଇବା ମାତ୍ରେ ଦୀପିକା ଶାହରୁଖଙ୍କ ପାଖରେ ପହଞ୍ଚି ଏହି ସିନେମାରେ ଅଭିନୟ କରିବାକୁ କହିଛନ୍ତି । ସେପଟେ ଦୀପିକାଙ୍କ କଥା ଶୁଣିବା ମାତ୍ରେ କାଟ୍ରିନା ମଧ୍ୟ ନିର୍ଦ୍ଦେଶକଙ୍କୁ ସବୁଜ ସଙ୍କେତ ଦେବା ସହ ସିନେମାରେ ସାଇନ କରିବାକୁ କହିଛନ୍ତି । ଦେଖାଯାଉ ଏହି ସିନେମାରେ ଶାହାରୁଖଙ୍କ ନାୟିକା କିଏ ହେଉଛନ୍ତି ?