ବନବାସରେ ‘ସୀତା’ ! ଜାଣନ୍ତୁ କଣ କରୁଛନ୍ତି ରାମାୟଣର ନାୟିକା ଦୀପିକା

142

୧୯୮୭ରେ ଭାରତୀୟ ଟେଲିଭିଜନରେ ଆରମ୍ଭ ହୋଇଥିବା ରମାନନ୍ଦ ସାଗରଙ୍କ ‘ରାମାୟଣ’ ଖୁବ୍ ଅଳ୍ପ ଦିନ ମଧ୍ୟରେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଦେଇଥିଲା । ଲକ୍ଷ ଲକ୍ଷ ଦର୍ଶକ ଏହି ପୌରାଣିକ ଧାରାବାହିକକୁ ଦେଖିବା ପାଇଁ ପ୍ରାୟ ଏକ ପ୍ରକାର ପାଗଳ ଥିଲେ । ତେବେ ଏହି ଧାରାବାହିକର ଏକ ବିଶେଷତ୍ୱ ଥିଲା ଏଥିରେ ଅଭିନୟ କରୁଥିବା କଳାକାର । ଏହି କଳାକାର ମାନେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଯେଉଁ ସ୍ଥାନ ସୃଷ୍ଟି କରିଥିଲେ ତାହା ଆଜି ଯାଏଁ ଆଉ କେହି କରିପାରିନାହାଁନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା । କୋଟି କୋଟି ଦେଶବାସୀଙ୍କ ହୃଦୟରେ ଦୀପିକା ଚିଖଲିୟାଙ୍କ ଛବି ଏବେ ବି ମାତା ସୀତାଙ୍କ ରୂପରେ ହିଁ ରହିଛି ।

ଜାଣି ଆଶ୍ଚର୍ଯ୍ୟ ହେବେ ‘ରାମାୟଣ’ରେ ଅଭିନୟ କରୁଥିବା ସମୟରେ ଦୀପିକାଙ୍କ ବୟସ ମାତ୍ର ୧୫ ବର୍ଷ ଥିଲା । ରାମାୟଣ ପରେ ସେ ‘ସୁନ୍ ମେରୀ ଲୈଲା’ ସହ ଅନେକ ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଥିଲେ । ଏହା ସହ କିଛି ଆଂଚଳିକ ସିନେମାରେ ମଧ୍ୟ ନଜର ଆସିଥିଲେ । ତେବେ ଦୀପିକା ହଠାତ୍ ଟିଭି ପରଦାରୁ ଦୂରେଇ ଯାଇଥିଲେ । ଦର୍ଶକ ମାନେ ମଧ୍ୟ ସମୟ ସହ ତାଙ୍କୁ ଭୁଲି ଗଲେ । ଜାଣିବାକୁ ଚାହାଁନ୍ତି ବର୍ତ୍ତମାନ ସମୟରେ ସେ କଣ କରୁଛନ୍ତି ଏବଂ କେଉଁଠି ଅଛନ୍ତି ।

ପ୍ରକୃତରେ ଦୀପିକା ଏକ କସମେଟିକ୍ କମ୍ପାନୀର ମାଲିକ ହେମନ୍ତ ଟୋପିୱାଲାଙ୍କୁ ବିବାହ କରି ସିନେମା ଦୁନିଆରୁ ଦୁରେଇ ଯାଇଥିଲେ । ଏବେ ସେ ଏହି କମ୍ପାନୀର ରିସର୍ଚ୍ଚ ଏବଂ ମାର୍କେଟିଙ୍ଗ୍ ମୁଖ୍ୟ ଅଛନ୍ତି । ଏହା ସହ ସେ ଗୁଜୁରାଟି ଧାରାବାହିକରେ ନିଜ ଅଭିନୟ ଜାରି ରଖିଛନ୍ତି । ନିଦ୍ଧି ଏବଂ ଜୁହି ନାମରେ ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି ।

ଅଭିନୟ ପାଇଁ ଦୀପିକାଙ୍କ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ସମ୍ମାନିତ କରିଥିଲେ । ଏକ ସାକ୍ଷାତକାରରେ ଦୀପିକା କହିଥିଲେ କି ‘ଯେବେ ଆମେ ବାହାରକୁ ଯାଉଥିଲୁ ଲୋକମାନେ ଆମ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ । ସେମାନେ ଭାବୁଥିଲେ ଆମେ ପ୍ରକୃତରେ ଆମେ ହିଁ ରାମ ସୀତା’ ।

ଏହା ସହ ଦେଖନ୍ତୁ ‘ସୋନି ମ୍ୟାକ୍ସ’ରେ ‘ସୂର୍ଯ୍ୟବଂଶମ୍’ ! ବାରମ୍ବାର ପ୍ରସାରଣ ପଛର ରହସ୍ୟ