ସାତ ଜନ୍ମର ସାଥୀ ହେଲେ ଦୀପିକା ରଣବୀର : ସୋସିଆଲ ମିଡିଆରେ ବିବାହ ଫଟୋକୁ ମିଳିଲା ଘଂଟାଏରେ ୩୦ଲକ୍ଷ ଲାଇକ୍

ଶୁଭେଛା ଜଣାଇଲେ ଫ୍ୟାନ

143

ସୋସିଆଲ ମିଡିଆରେ ଛାଇଗଲା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଗ୍ରାଣ୍ଡ ବିବାହର ଫୋଟୋ । ମାତ୍ର ଘଂଟାଏ ଭିତରେ ୩୦ଲକ୍ଷ ଲୋକ ଦେଖିଲେ ନୂଆ ଯୋଡିଙ୍କ ଫଟୋ । ନବ ଦମ୍ପତି କୋଙ୍କଣୀ ଓ ସିନ୍ଧି ରୀତିନୀତି ଅନୁସାରେ ହୋଇଥିବା ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ରଣବୀର ଓ ଦୀପିକାଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିବାହ ଫଟୋ ସାମ୍ନାକୁ ଆସିବା ପରେ ଦୀପିକାଙ୍କ ଏନଗେଜମେଂଟ ରିଙ୍ଗ ଓ ଚୁନରିକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଦୀପିକାଙ୍କ ସିନ୍ଧି ନବବଧୂ ବେଶରେ ତାଙ୍କ ଏନଗେଜମେଂଟ ରିଙ୍ଗ ସ୍ପଷ୍ଟ ଦେଖାଯାଉଛି । ଦୀପିକା ସୋଲିଟେୟର ସିଙ୍ଗଲ ସ୍କୋୟାର ସେପ ଥିବା ବହୁମୂଲ୍ୟ ଡାଇମଣ୍ଡ ରିଙ୍ଗ ପିନ୍ଧିଥିବା ଦେଖିବାକୁ ମିଳିଛି । ସେହିପରି ସିନ୍ଧି ପରମ୍ପରା ଅନୁଯାୟୀ ବିବାହ ବେଳେ ଦୀପିକା ମୁଣ୍ଡରେ ପକାଇଥିବା ଲାଲ ଚୁନରି ମଧ୍ୟ ଚର୍ଚ୍ଚା ସାଉଁଟିଛି । ଚୁନରୀର ବର୍ଡରରେ ସଂସ୍କୃତରେ ଲେଖା ରହିଛି ସଦା ସୌଭାଗ୍ୟବତୀ ଭବଃ । ଦିପିକା ରଣବିରଙ୍କ ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମ ନିର୍ମାତା କରଣ ଜୋହର, କପିଲ ଶର୍ମା, ଉର୍ବଶୀ ରୌତେଲା ନିଆରା ଅନ୍ଦାଜରେ ଦୁହିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହ ସରିଛି । ସୋସିଆଲ ମିଡିଆରେ ଉଭୟେ ନିଜ ବାହାଘର ଫଟୋକୁ ସେୟାର ବି କରିଛନ୍ତି । ଆଉ ଦୁଇଟି ଫଟୋ ପୋଷ୍ଟହେବା ପରେ ସୋସିାଆଲ ମିଡିଆରେ ସୁପରହିଟ ହୋଇଛି । ସମସ୍ତଙ୍କ ନଜର ଏବେ କେଉଁଠି ରହିବେ ଏହି ନୂଆଯୋଡି । ବାହାଘରେ ପରେ ରଣବୀର-ଦୀପିକା ମୁମ୍ବାଇ ଘରେ ରହିବେ । ଆଉ ମୁମ୍ବାଇରେ ଥିବା ରଣବୀର ଓ ଦୀପିକାଙ୍କ ଘରକୁ ଅତି ସୁନ୍ଦର ଭାବେ ସଜାଯାଇଛି । ମୁମ୍ବାଇ ଘରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୁମ୍ବାଇ ବଙ୍ଗଳାକୁ କଲରଫୁଲ ଲାଇଟରେ ସଜାଯାଇଛି । ମୁମ୍ବାଇର ଯେଉଁ ବିଲଡିଂରେ ରଣବୀର ରହୁଛନ୍ତି ସେହି ବିଲଡିଂର ପୁରା ଫ୍ଲୋରକୁ କିଣିନେଇଛନ୍ତି ରଣବୀର । ଆଉ ସେହି ଫ୍ଲୋରକୁ ରିନୋଭେସନ କରାଯାଇଛି । ଦୀପିକା-ରଣବୀର ଖୁବଶୀଘ୍ର ଏହି ବିଲଡିଂକୁ ସିଫ୍ଟ ହେବେ । ସୋସିଆଲ ମିଡିଆରେ ଫଟୋ ସେୟାର ହେବା ପରେ ନୂଆ ଯୋଡିଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ଦୀପିକା ଇନଷ୍ଟାଗ୍ରାମରେ ନିଜ ବାହାଘର ଫଟୋ ଭାଇରାଲ କରିବା ପରେ ଏକଘଂଟାରେ ୩୦ ଲକ୍ଷରୁ ଅଧିକ ଲାଇକ ମିଳିଛି । ସେହିଭଳି ୧୮ ହଜାର ଲୋକ ରିଟ୍ୱିଟ କରିଥିବାବେଳେ ୫ ହଜାରରୁ ଅଧିକ ଲୋକ କଂମେଟ କରିଛନ୍ତି । ରଣବୀରଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ୫ ଲକ୍ଷ ଲାଇକ ମିଳିଛି ।