ନୂଆପଡା : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଟି ହାତ ହରାଇଲେ ଦୀପା

26

କନକ ବ୍ୟୁରୋ : ପାଠ ପଢିବି ଚାକିରି କରିବି । ବାପା ମାଙ୍କ ସେବା କରିବି । ଏମିତି ସ୍ୱପ୍ନ ଦେଖିଥିବା ଦୀପାଙ୍କ ସ୍ୱପ୍ନ ଏବେ ସ୍ୱପ୍ନରେ ରହିଗଲା । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସ ନିଜର ଦୁଇ ହାତ ହରାଇଛନ୍ତି ନୂଆପଡା ସଦର ବ୍ଲକ ଧୁମାଭଟା ଗାଁର ମୋହନ ମାଝୀଙ୍କ ଝିଅ ଦୀପା । ମେ ୧୬ରେ ମାମୁଁ ଘର କଲ୍ୟାଣପୁର ଗାଁକୁ ଆସିଥିଲେ ବୁଲିବାକୁ । କିନ୍ତୁ ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ସଂପୂର୍ଣ୍ଣ କ୍ଷତ ହୋଇଥିଲା ।

କଟକ ବଡମେଡିକାଲରେ ଚିକିତ୍ସା କରି ୨ଟି ଯାକ ହାତ କଟାଯାଇଛି ଦୀପାଙ୍କର । ଏବେ ସେ ଗାଁକୁ ଫେରିଛନ୍ତି । କିନ୍ତୁ ନିଜ କାମ କରିବାରେ ବି ଅସମର୍ଥ ଦୀପା । ପରିବାର ଆର୍ଥକ ଅବସ୍ଥା ଭଲ ନଥିବାରୁ କୃତିମ ହାତ ଲଗାଇବା ବି ସମ୍ଭବ ନୁହେଁ । ପାଠପଢା ପାଇଁ ଇଛୁକ ଥିବା ଏବେ ଦୀପା ସ୍କୁଲ ଯାଇପାରୁନାହାଁନ୍ତି । ଦୀପାଙ୍କର କୃତିମ ହାତ ଲଗାଇବା ପାଇଁ ପରିବାର ଲୋକେ ଏବେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । ଜିଲ୍ଲାପାଳ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।