ରିଓ ମଇଦାନରେ ଆଜି ଓହ୍ଲାଇବେ ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର

17

ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର ଭାରତୀୟ ସମୟ ଅନୁସାରେ ଆଜି ରାତି ୧୧ଟା ୧୭ ମିନିଟରେ ରିଓ ମଇଦାନକୁ ଓହ୍ଲାଇବେ । ପ୍ରତିପକ୍ଷଙ୍କୁ ପଛରେ ପକାଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିବେ । ଦୀପାଙ୍କ ଉପରେ ଆଜି ଦେଶବାସୀଙ୍କର ନଜର ରହିଛି । ଏହା ପୁର୍ବରୁ ଦିପାଙ୍କ ମଙ୍ଗଳକାମନା କରି ତାଙ୍କ ଘର ଅଗରତାଲାରେ କରାଯାଇଛି ପୁଜାର୍ଚ୍ଚନା । ଦୀପା କିଭଳି ନିଜର ଫାଇନାଲ ରାଉଣ୍ଡରେ ଉତମ ପ୍ରଦର୍ଶନ କରିବେ ତାହାକୁ ନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରାଯାଇଛି ।