ପାନକାର୍ଡ ସହ ଆଧାର ସଂଯୋଗ ଜରୁରୀ କି ନାହିଁ ! ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

25

କନକ ବ୍ୟୁରୋ : ପାନକାର୍ଡ ସହ ଆଧାର କାର୍ଡ ସଂଯୁକ୍ତ କରିବା ନେଇ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇପାରେ । ଆୟକର ରିଟର୍ଣ୍ଣ ଫାଇଲ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହେବ କି ନାହିଁ, ସେ ନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇବା ସମ୍ଭାବନା ରହିଛି । ମେ ୪ରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଚଳିତବର୍ଷର ବଜେଟରେ ଆୟକର ଆଇନର ଧାରା ଅନୁସାରେ ଆଧାରକୁ ପାନକାର୍ଡର ସଂଯୋଗ ବାଧ୍ୟତାମୂଳକ ଦର୍ଶାଯାଇଥିଲା ।

ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୧୫ରେ ସୁପ୍ରିମକୋର୍ଟ କହିଥିଲେ, ଆଧାର ବାଧ୍ୟତାମୂଳକ ନୁହେଁ । ସରକାର ଏହାକୁ ଅଣଦେଖା କରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା । ସେପଟେ ନକଲି ପାନକାର୍ଡର ବ୍ୟବହାରକୁ ରୋକିବା ଲାଗି ପାନକାର୍ଡ ପାଇଁ ଆଧାର ସଂଯୋଗ ଜରୁରୀ ବୋଲି ସରକାର ସୁପ୍ରିମକୋର୍ଟର ଯୁକ୍ତି ବାଢି ସାରିଛନ୍ତି ।