ଆଜି ଭାଙ୍ଗିପାରେ ତେଲେଙ୍ଗାନା ବିଧାନସଭା : ଆଗୁଆ ନିର୍ବାଚନ ପାଇଁ କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ

43

କନକ ବ୍ୟୁରୋ : ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ନିଜ ରାଜ୍ୟର ବିଧାନସଭା ନିର୍ବାଚନ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି । ବୈଠକରେ ଏହି ପ୍ରସଙ୍ଗରେ ଫଇସଲା ହୋଇପାରେ । ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବା ପାଇଁ ହେବ ନିଷ୍ପତି । ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ୨୦୧୯ରେ ଶେଷ ହେବ । ଆଗାମୀ ସାଧାରଣ ନିର୍ବାଚନ ସହିତ ତେଲେଙ୍ଗାନାର ବିଧାନସଭା ନିର୍ବାଚନ କରିବାର ପ୍ରସ୍ତାବ ଥିଲା । କିନ୍ତୁ ଟିଆରଏସ ମୁଖ୍ୟ ସମୟ ପୂର୍ବରୁ ନିର୍ବାଚନ କରି ରାଜ୍ୟବାସୀଙ୍କ ମୁଡ ଜାଣିବାକୁ ଉଦ୍ୟମ କରୁଛନ୍ତି ।