୧୦ ଦିନ ଭିତରେ ଖଣି ମାଲିକଙ୍କୁ ନୋଟିସ୍ ! ଆଦାୟ ହେବ ଜୋରିମାନ

29

କନକ ବ୍ୟୁରୋ : ସୁପ୍ରିମ କୋର୍ଟଙ୍କ ରାୟ ପରେ ବେଆଇନ ଖଣିଜପଦାର୍ଥ ଉତ୍ତୋଳନ ବାବଦରେ ଖଣି ମାଲିକମାନଙ୍କ ଉପରେ କେତେ ଜୋରିମାନା ପଡ଼ିବ ସେ ନେଇ ପ୍ରାଥମିକ ସୂଚନା ଦେଇଛନ୍ତି ସରକାର । କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟି ବା ସିଇସି ପରିବେଶ ଉଲ୍ଲଂଘନ ବାବଦରେ ଖଣି ମାଲିକମାନଙ୍କ ଉପରେ ପ୍ରାୟ ୧୭ ହଜାର ୫ଶହ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିବା ବେଳେ ତାହାକୁ ମାନି ନେଇଛନ୍ତି ସୁପ୍ରିିମକୋର୍ଟ । ସେହି ଆଧାରରେ ପ୍ରଥମେ ଖଣି ମାଲିକମାନଙ୍କୁ ଦଶ ଦିନ ମଧ୍ୟରେ ଜୋରିମାନା ଦେବାକୁ ନୋଟିସ୍ ଜାରି କରାଯିବ ।

ଏହାବାଦ୍ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାଇନିଂ ପ୍ଲାନ୍ ଓ କନ୍ସେଂଟ୍ ଟୁ ଅପରେଟର ଆଇନ ଉଲ୍ଲଂଘନ କରିଥିବା ଖଣି ମାଲିକମାନଙ୍କ ଉପରେ ପ୍ରାୟ ୨ ହଜାର କୋଟି ଟଙ୍କା ଜୋରିମାନା କରାଯିବ । ଜଙ୍ଗଲ ଆଇନର ଉଲ୍ଲଂଘନ ବାବଦରେ କେତେ ଜୋରିମାନା ହେବ ସେ ନେଇ ହିସାବ ଚାଲିଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଜୋରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ନଦେଲେ ଖଣିଗୁଡ଼ିକୁ ବନ୍ଦ କରିଦିଆଯିବ । ଉଚ୍ଚସ୍ତରୀୟ ଅଧିକାରୀ ଓ ଆଡଭୋକେଟ୍ ଜେନେରାଲଙ୍କ ସହ ଆଲୋଚନା କରିବା ପରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟସଚିବ ।