ହଜିଯାଇଛି କି ଆପଣଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ! ତେବେ ତୁରନ୍ତ କରନ୍ତୁ ଏହି କାମ ।

30

ପ୍ଲାଷ୍ଟିକ୍ ଟଙ୍କା ବା କାର୍ଡ଼ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଟଙ୍କା ନେଣଦେଣର ଏକ ସାଧାରଣ ମାଧ୍ୟମ ପାଲଟିଛି । କ୍ରେଡ଼ିଟ୍ ଏବଂ ଡ଼େବିଟ୍ କାର୍ଡ଼ ଜୀବନକୁ ଯେତେ ସହଜ କରିଛି ଏଥିରେ ଚୋରି ହେବା ମଧ୍ୟ ସେତେ ସହଜ ହୋଇଛି । ଆପଣଙ୍କର କିଛିଟା ଅସାବଧାନତା ପାଇଁ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯିବାର ଭୟ ମଧ୍ୟ ରହିଛି । ଏପରିକି ହ୍ୟାକରମାନେ ଅନଲାଇନରୁ ମଧ୍ୟ ଆପଣଙ୍କ କାର୍ଡ଼ ଏବଂ ଆକାଉଣ୍ଟର ସମସ୍ତ ସୂଚନା ବାହାର କରିଦିଅନ୍ତି । ଯଦି ଆପଣଙ୍କର ମଧ୍ୟ ଆକାଉଣ୍ଟ ହ୍ୟାକ୍ ହୋଇଛି ତେବେ ତୁରନ୍ତ କରନ୍ତୁ ଏହି ଉପାୟ ଅବଲମ୍ବନ ।

ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ ହଜିଗଲେ ବା ହ୍ୟାକ୍ ହୋଇଗଲେ ତୁରନ୍ତ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଫୋନ୍ କରି ତାହାକୁ ବନ୍ଦ କରି ତାହାର ସମସ୍ତ ସେବାକୁ ରଦ୍ଦ କରନ୍ତୁ । ଏହାପରେ ନୂତନ କାର୍ଡ଼ ପାଇଁ ବ୍ୟାଙ୍କରେ ଆବେଦନ କରନ୍ତୁ । ଏଥି ସହ କାର୍ଡ଼ ହଜିବା ବା ହ୍ୟାକ୍ ନେଇ ଆପଣ ପୁଲିସ୍ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ ।

ନେଟ୍ ବ୍ୟକିଂ ବ୍ୟବହାର କରୁଥିଲେ ସମୟ ବ୍ୟବଧାନରେ ଏହାର ପାର୍ସଓ୍ଵାର୍ଡ଼ ପରିବର୍ତ୍ତନ କରନ୍ତୁ । ସବୁବେଳେ ନିଜ ଆକାଉଣ୍ଟରେ ଥିବା ଟଙ୍କାର ସଠିକ୍ ହିସାବ ରଖନ୍ତୁ । ଅନଲାଇନରେ ଯେ କୌଣସି ନେଣଦେଣ କରୁଥିବା ସମୟରେ ‘ସେଭ୍ ଡ଼ିଟେଲ୍ସ’ କୁ ଅନଚେକ୍ କରନ୍ତୁ । କାରଣ ଏହା ଦ୍ୱାରା ଅନଲାଇନରେ ଆପଣଙ୍କ କାର୍ଡ଼ ଡ଼ିଟେଲ୍ସ୍ ରହିବା ସହ ହ୍ୟାକର୍ସ ମାନଙ୍କୁ ଚୋରି କରିବାରେ ସୁବିଧା ହୋଇଥାଏ । ସବୁବେଳେ ନିଜେ ବ୍ୟବହାର କରୁଥବା ମୋବାଇଲ୍ ନମ୍ବରରେ ହିଁ ଏସଏମଏସ୍ ଆଲର୍ଟ ଜାରି କରନ୍ତୁ । ଯାହା ଫଳରେ ଆପଣଙ୍କର କାର୍ଡ଼ କେଉଁଠାରେ ବ୍ୟବହାର ହେଉଛି ତାହା ବିଷୟରେ ଆପଣଙ୍କୁ ସମସ୍ତ ସୂଚନା ମିଳିପାରୁଥିବ ।