ତଥାଗତ ଶତପଥୀଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର !

36

କନକ ବ୍ୟୁରୋ : ତଥାଗତ ଶତପଥୀଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର । ଏହି ବୟାନରେ ସେ ମର୍ମାହତ ବୋଲି କହିଛନ୍ତି ଦେବୀ ମିଶ୍ର । ତଥାଗତଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା ତେବେ କେଉଁ ପରିପ୍ରେକ୍ଷୀରେ ସେ ଏପରି କହିଲେ ସେ ଜାଣିନାହାନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।

ତେବେ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ନିଷ୍ଠାର ସହ ପାଳନ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ଦଳ ସଭାପତିଙ୍କୁ ଅବଗତ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ଦରକାର ପଡିଲେ ତଥାଗତଙ୍କୁ ମଧ୍ୟ ଏ ବିଷୟରେ ପଚାରିବେ ବୋଲି ଦେବୀ ମିଶ୍ର କହିଛନ୍ତି ।