ଦେବଗଡରେ ଅଭାବନୀୟ ଘଟଣା : ଗାଡି ଉପରେ ଗଛ ପଡି ପ୍ରସୂତିଙ୍କ ମୃତ୍ୟୁ

28

ଦେବଗଡ:ଡାକ୍ତରଖାନା ଆସୁଥିବା ବେଳେ ଗାଡି ଉପରେ ଗଛ ପଡି ପ୍ରସୂତିଙ୍କ ମୃତ୍ୟୁ । ଏଭଳି ଏକ ହୃଦୟବିତାରକ ଘଟଣା ଘଟିଛି ଦେବଗଡ ଅଂଚଳରେ । ତିଲେଇବଣି ବ୍ଲକ ଅନ୍ତର୍ଗତ ଶରଣଖୋଳ ଗ୍ରାମର ବରନୁ ସେଠଙ୍କ ସ୍ତ୍ରୀ ମଞ୍ଜୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ଚିକିତ୍ସା ପାଇଁ ଡାକ୍ତଖାନା ଯିବାକୁ ଆମ୍ବୁଲାନ୍ସ ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ମିଳି ନଥିଲା ।

ଶେଷରେ ସେମାନେ ଏକ ଟାଟା ମ୍ୟାଜିକ୍ ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆସୁଥିଲେ । ଜାତୀୟ ରାଜପଥ ପ୍ରଶସ୍ତ କରିବା ପାଇଁ ରାସ୍ତାରେ ମେସିନରେ ଗଛକଟା ଚାଲିଥିଲା । ଏହି ସମୟରେ ମେସିନ ଚାଳକଙ୍କ ଅସାବଧାନତା ଯୋଗୁ ଗଛ ମ୍ୟାଜିକ ଗାଡି ଉପରେ ପଡିଯାଇଥିଲା । ଏଥିରେ ବରନୁ ଆହତ ହୋଇଥିବା ବେଳେ ମଂଜୁ ଗୁରୁତର ଆହତ ହୋଇ ଅଳ୍ପ ସମୟ ପରେ ପ୍ରାଣ ହରାଇଥିଲେ । ସେପଟେ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଥିଲା ସଦ୍ୟଜାତ ଶିଶୁଟି ।