ଓଡିଶା ନିର୍ମାଣ କନକ୍ଲେଭ୍- ୨୦୨୦ରେ ପ୍ରସଙ୍ଗ ‘ମୋ ସରକାର’ ଆଣିବ କି ନୂଆ ଓଡ଼ିଶା ? କ’ଣ କହିଲେ ରାଜ୍ୟର ତିନି ପ୍ରମୁଖ ଦଳର ନେତା . .

212

କନକ ବ୍ୟୁରୋ : ପଞ୍ଚମ ପାଳିରେ ‘ମୋ ସରକାର’ ଯୋଜନାକୁ ଅତି ଗୁରୁତର ସହ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । କାର୍ଯ୍ୟରେ ଅବହେଳା କଲେ ନିସ୍ତାର ମିଳୁନାହିଁ । ମୋ ସରକାର ମାଧ୍ୟମରେ ସିଧାସଳଖ ଲୋକଙ୍କ ଭଲମନ୍ଦ ମୁଖ୍ୟମନ୍ତ୍ରୀ ପଚାରି ବୁଝୁଛନ୍ତି । ମୋ ସରକାର’ ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଯୋଜନାର ଅନୁଧ୍ୟାନ କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କଥା ହେଲା, ‘ମୋ ସରକାର’ ଠିକରେ କାମ କରୁଛି ତ ? ଆଜି କନକ ନ୍ୟୁଜ ଦ୍ୱାରା ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭରେ ଉଠିଛି ‘ମୋ ସରକାର ପ୍ରସଙ୍ଗ’ । ମୋ ସରକାର ଲୋକଙ୍କୁ ସାହାଯ୍ୟ କରୁଛି ନା ଅସୁବିଧା ସୃଷ୍ଟି କରୁଛି । ଏହି ପ୍ରସଙ୍ଗରେ ନିଜ ନିଜର ମତ ରଖିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳର ନେତାମାନେ ।

ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି , ନବୀନ ସରକାର ‘ମୋ ସରକାର’ ମାଧ୍ୟମରେ କିଛି ଅସାଧାରଣ କାମ କରୁନାହାନ୍ତି । ସରକାର ଦୁର୍ନୀତି ହଟାଇବା, ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା କିଛି ଅସାଧାରାଣ କଥା ନୁହେଁ । ଏବେ ସ୍ୱଚ୍ଛତାର କଥା କହୁଥିବା ସରକାର, କୋଡ଼ିଏ ବର୍ଷ ହେଲା  କାହିଁକି ତଳେ ଅଛନ୍ତି । ନିର୍ବାଚନ ଜିତିବା ପରେ ସ୍ୱଚ୍ଛତା କଥା କୁହାଯାଉଛି । ଆଇନ୍ ହେବା ପରେ ବି ଆଇନ୍ ପାଳନ ହେଉନି । ପୁରୁଣା ଆଇନକୁ ନୂଆ ରୂପରେ ସାମ୍ନାକୁ ଅଣାଯାଇଛି । ଚିଟଫଣ୍ଡ୍ ଦୁର୍ନୀତିକୁ ନେଇ କିଛି ପଦକ୍ଷେପ ନିଆଗଲା କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ?

ସେପଟେ କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ମୋ ସରକାର ନବୀନ ବାବୁଙ୍କ ଉତ୍ତମ ପଦକ୍ଷେପ । ଭଲ ଉଦ୍ୟମ । ମୋ ସରକାରରେ ଲୋକଙ୍କ ସହ ସିଧାସଳଖ ମିଶିବାକୁ ଲକ୍ଷ୍ୟ ହୋଇଛି । କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ୨୦ ବର୍ଷ ପରେ ସରକାର କାହିଁକି “ମୋ ସରକାର” କଥା ଉଠାଇଲେ । ହେଲେ ଦୁର୍ଭାଗ୍ୟର କଥା ହେଲା ମାସ ମାସ ପରେ ବି ପୋଷ୍ଟମୋଟର୍ମ ରିପୋର୍ଟ ମିଳୁନି । ମୋ ସରକାର ଆବଶ୍ୟକତା ଥିଲେ ସୁଦ୍ଧା ଲେକାଙ୍କ ମୌଳିକ ସୁବିଧା ମିଳିପାରୁନି । ଏବେ ବି ଲୋକେ ସାମାନ୍ୟ ପ୍ରମାଣପତ୍ର ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିୁଛନ୍ତି । ଡାକ୍ତର ନାହାନ୍ତି ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିବ କେମିତି ? “ମୋ ସରକାର” କିପରି କାର୍ୟ୍ୟ ହେଉଛି ଏଥିରୁ ପ୍ରମାଣିତ ହେଉଛି ।

ସେପଟେ ଶାସକ ଦଳର ନେତା ତଥା ବିଜେଡ଼ି ସାଧାରଣ ସମ୍ପାଦକ ‘ ମୋ ସରକାର’ ଯୋଜନା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମୋ ସରକାର ଓ ୫ ଟି ଜରିଆରେ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ ହେଉଛି । । ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟୀ ସରକାର ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ବାରମ୍ବାର ମହାବାତ୍ୟା ସାମ୍ନା କରୁଥିବା ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି। ସମାଜରେ ସବୁଠୁ ବଡ଼ ଆହ୍ୱାନ ହେଲା ଉତ୍ତରଦାୟିତ୍ୱ । ସ୍ୱାସ୍ଥ୍ୟ ଓ ପୁଲିସକୁ ଉତ୍ତରଦାୟୀ କରିବାକୁ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ।